You are currently viewing ଆଜି କଳିଙ୍ଗରେ ହାଇଭୋଲଟେଜ ମ୍ୟାଚ

ଆଜି କଳିଙ୍ଗରେ ହାଇଭୋଲଟେଜ ମ୍ୟାଚ

  • Post category:କ୍ରୀଡା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୧୯/୦୧, ଆଜି ମୁହାଁମୁହିଁ ହେବେ ୪ଟି ଦଳ । କମ୍ପିବ କଳିଙ୍ଗ ଷ୍ଟାଡିୟମ୍ । ପ୍ରଥମେ ଦିନ ଗୋଟାଏରେ ମୁହାଁମୁହିଁ ହେବେ ମାଲେସିଆ ଓ ନ୍ୟୁଜିଲାଣ୍ଡ । ଏହାପରେ ଦିନ ୩ଟାରେ ନେଦରଲ୍ୟାଣ୍ଡ ଓ ଚିଲି ମଧ୍ୟରେ ହେବ ଟକ୍କର । ସେହିପରି ସନ୍ଧ୍ୟା ୫ଟାରେ ମୁହାଁମୁହିଁ ହେବେ ସ୍ପେନ୍ ଓ ଇଂଲଣ୍ଡ । ଏବଂ ସନ୍ଧ୍ୟା ୭ଟାରେ ରହିଛି ହାଇଭୋଲଟେଜ୍ ମ୍ୟାଚ୍ । ଭାରତ ଓ ଓ୍ବେଲ୍ସ ମଧ୍ୟରେ ହେବ ଟକ୍କର । ହକି ବିଶ୍ୱକପର ଶେଷ ପୁଲ ମ୍ୟାଚରେ ଭାରତ ଓ୍ୱେଲ୍ସକୁ ଭେଟିବ । ଏହାକୁ ବଡ଼ ବ୍ୟବଧାନରେ ଜିତି ସିଧାସଳଖ କ୍ବାର୍ଟର ଫାଇନାଲରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ । ଭାରତର ସବୁ ପ୍ଲେୟାର ଫିଟ୍ ଅଛନ୍ତି । ମ୍ୟାଚ ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ଦଳ । ଦଳ ପେନାଲ୍ଟିକୁ ସଠିକ ପରିଚାଳନା କରିବାକୁ ଧ୍ୟାନ ଦେବ । ଭାରତ ପୁଲ ପର୍ଯ୍ୟାୟରେ ସ୍ପେନ ବିପକ୍ଷରେ ୨-୦ରେ ବିଜୟୀ ହୋଇଥିବା ବେଳେ ଦ୍ବିତୀୟ ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ଡ୍ର ରଖିଥିଲା । ତେବେ ଭାରତ କ୍ୱାର୍ଟର ଫାଇନାଲରେ ସିଧା ପ୍ରବେଶ କରିବ କି କ୍ରସ ଓଭର ଖେଳିବ ଏହା ସ୍ପେନ୍ ଓ ଇଂଲଣ୍ଡ ମ୍ୟାଚର ଫଳାଫଳ ଉପରେ ମଧ୍ୟ ନିର୍ଭର କରେ ।

ଅନ୍ୟମାନଙ୍କୁ ଜଣାନ୍ତୁ।