ମୁମ୍ବାଇ: ୧୩ତମ ଦିନିକିଆ କ୍ରିକେଟ ବିଶ୍ୱକପ୍ର ପ୍ରଥମ ସେମିଫାଇନାଲ ମ୍ୟାଚ୍ ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁମ୍ବାଇର ୱାଙ୍ଖେଡ ଷ୍ଟାଡିୟମରେ ଖେଳାଯିବ। ୧୦ ବର୍ଷ ଧରି ଆଇସିସି ଟ୍ରଫି ଜିତି ନ ଥିବା ଭାରତ ଏଥର ସୁଯୋଗ ହାତଛଡା କରିବା ଲକ୍ଷ୍ୟରେ ନ ଥିବା ଚର୍ଚ୍ଚା ହେଉଛି। ତେବେ ଭାରତ ବର୍ତ୍ତମାନ ସୁଦ୍ଧା ବିଶ୍ୱକପ୍ର ଚଳିତ ସଂସ୍କରଣରେ ଅପରାଜେୟ ରହିଛି। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ୪ଟି ମ୍ୟାଚ୍ରେ ପରାଜିତ ହୋଇଥିବା ବେଳେ ୫ଟି ଜିତିଛି।
କିନ୍ତୁ, ସେମିଫାଇନାଲରେ ପରାଜିତ ହେବା, ନ୍ୟୁଜିଲାଣ୍ଡ ବିପକ୍ଷରେ ଖରାପ ରେକର୍ଡ ଏବଂ ଶେଷର କୋହଲିଙ୍କ ପ୍ରଦର୍ଶନ ଭାରତୀୟ ପ୍ରଶଂସକଙ୍କୁ କିଛି ମାତ୍ରାରେ ଡରାଉଛି। କୋହଲି ଜବରଦସ୍ତ ପ୍ରଦର୍ଶନ ଜାରୀ ରଖିଥିଲେ ମଧ୍ୟ ଶେଷ ୩ଟି ବିଶ୍ୱକପର ସେମିଫାଇନାଲରେ ସେ ଟିମକୁ ନିରାଶ କରିଥିଲେ। ୨୦୧୧ରେ ପାକିସ୍ତାନ ବିପକ୍ଷରେ କୋହଲି ୯ ରନ, ୨୦୧୫ରେ ଅଷ୍ଟ୍ରେଲିଆ ବିପକ୍ଷରେ ୧ ଓ ୨୦୧୯ରେ ନ୍ୟୁଜିଲାଣ୍ଡ ବିରୁଦ୍ଧରେ ୧ ରନ କରି ଆଉଟ ହୋଇଥିଲେ।
ତେବେ କିନ୍ତୁ ମୁମ୍ବାଇର ୱାଙ୍ଖେଡ ଷ୍ଟାଡିୟମ ପେସରଙ୍କୁ ସୁହାଇବ ବୋଲି ଆଶା କରାଯାଉଛି। ଏଠାରେ ଆରମ୍ଭରୁ ପେସରଙ୍କୁ ସହାୟତା ମିଳିଥାଏ। ଭାରତ ଏହି ପିଚରେ ଶ୍ରୀଲଙ୍କାକୁ ୫୫ ରନରେ ଅଲଆଉଟ କରିଥିଲା। ଭାରତୀୟ ଟପ ଅର୍ଡର ନ୍ୟୁଜିଲାଣ୍ଡ ପେସରଙ୍କୁ ସାମ୍ନା କରିବା ସବୁଠାରୁ ବଡ ଚ୍ୟାଲେଞ୍ଜ ହେବ ।