ନୂଆଦିଲ୍ଲୀ(୨୧.୨.୨୩) : ମହିଳା ଟି-୨୦ ବିଶ୍ୱକପ୍ ସେମିଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ । ଗ୍ରୁପ୍-୨ରୁ ଇଂଲଣ୍ଡ ଦଳ ପରେ ଭାରତ ଦ୍ୱିତୀୟ ଦଳ ଭାବେ ସେମିଫାଇନାଲକୁ ଉନ୍ନୀତ ହୋଇଛି । ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଡକୱର୍ଥ ଲୁଇସ୍ ନିୟମ ବଳରେ ଭାରତ ଆୟରଲାଣ୍ଡ ୫ ରନରେ ହରାଇ ଦେଇଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ସ୍ମୃତି ମନ୍ଧାନାଙ୍କ ୮୭ ରନ୍ ବଳରେ ୬ ୱିକେଟରେ ୧୫୫ ରନ୍ କରିଥିଲା ଭାରତ । ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଆୟରଲାଣ୍ଡ ପ୍ରଥମ ବଲରେ ୱିକେଟ ହରାଇଥିଲା । ତେବେ ୮ ଦଶମିକ ୨ ଓଭର ବେଳକୁ ଆୟରଲାଣ୍ଡ ସ୍କୋର ୨ ୱିକେଟରେ ୫୪ ରନ୍ ସ୍କୋର ଥିଲା । ହେଲେ ବର୍ଷା ଆରମ୍ଭ ହୋଇଯାଇଥିଲା, ଫଳରେ ଖେଳ ବନ୍ଦ ରଖିବାକୁ ପଡ଼ିଥିଲା । ବର୍ଷା ଆଉ ନଛାଡ଼ିବାକରୁ ଡିଏଲଏସ୍ ନିୟମ ଅନୁଯାୟୀ ଆୟରଲାଣ୍ଡ ଆଉ ୫ ରନ୍ ପଛୁଆ ଥିଲା । ଫଳରେ ଭାରତକୁ ବିଜୟୀ ଘୋଷଣା କରାଯାଇଥିଲା । ଲଗାତର ତୃତୀୟ ଥର ପାଇଁ ବିଶ୍ୱକପ୍ ସେମିଫାଇନାଲରେ ପହଞ୍ଚିଛି ଭାରତୀୟ ଦଳ ।
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭ