You are currently viewing ବଚ୍ଚନ ପରିବାର ପାଇଁ ଖୁସୀ ଖବର: ସୁସ୍ଥ ହେଲେ ବୋହୂ ଓ ନାତୁଣୀ

ବଚ୍ଚନ ପରିବାର ପାଇଁ ଖୁସୀ ଖବର: ସୁସ୍ଥ ହେଲେ ବୋହୂ ଓ ନାତୁଣୀ

ବଚ୍ଚନ ପରିବାରର ବୋହୂ ବା ଅଭିନେତ୍ରୀ ଐଶ୍ୱର୍ଯ୍ୟା ବଚ୍ଚନ ଓ ତାଙ୍କ ଝିଅ ଆରାଧ୍ୟା ବଚ୍ଚନଙ୍କ ରିପୋର୍ଟ କରୋନା ନେଗେଟିଭ୍ ଆସିଛି । ଏହି ଗୁଡନ୍ୟୁଜକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର ଜରିଆରେ ସେୟାର କରିଛନ୍ତି ଅଭିଷେକ ବଚ୍ଚନ । ଐଶ୍ୱର୍ଯା ଓ ଆରାଧ୍ୟାକୁ ନାନାବତୀ ମେଡିକାଲରୁ ଡିସଚାର୍ଜ କରାଯାଇଛି । କରୋନା ପଜିଟିଭ୍ ହେବାର ୫ ଦିନ ପରେ ଐଶ୍ୱର୍ଯ୍ୟା ଓ ତାଙ୍କ ଝିଅ ଆରାଧ୍ୟା ନାନାବତୀ ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେମାନଙ୍କୁ ପ୍ରାୟ ୧୦ ଦିନ ପରେ ଡିସଚାର୍ଜ କରାଯାଇଛି । କିନ୍ତୁ ଅଭିଷେକ ଓ ବାପା ତଥା ବିଗ୍ ବି ଅମିତାଭ ବଚ୍ଚନ ଏବେ ବି ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।