You are currently viewing ସୁସ୍ଥ ହେଲେ ବଚ୍ଚନ ପରିବାରର ଉତ୍ତରାଧିକାରୀ

ସୁସ୍ଥ ହେଲେ ବଚ୍ଚନ ପରିବାରର ଉତ୍ତରାଧିକାରୀ

ଦେଶରେ କରୋନା ମହାମାରୀର ସମସ୍ତେ କବଳିତ। ଅଭିନେତା ଠାରୁ ଆରମ୍ଭ କରି ନେତା ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଆକ୍ରାନ୍ତ ହେଉଥିବା ଖବର ସାମ୍ନାକୁ ଆସିଛି । କିଛି ଦିନ ତଳେ କରୋନାରେ ବଚ୍ଚନ ପରିବାର ଆକ୍ରାନ୍ତ ହୋଇଥିଲେ। ସମସ୍ତେ ସୁସ୍ଥ ହୋଇଯାଇଥିବା ସ୍ଥଳେ ଅଭିଷେକ ଅସୁସ୍ଥ ଥିଲେ। ଦୀର୍ଘ ୨୯ ଦିନ ପରେ ସେ ଆଜି କରୋନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତାଙ୍କ ରିପୋର୍ଟ ନେଗେଟିଭ ଆସିଥିବା ନିଜେ ଅଭିଷେକ ବଚ୍ଚନ ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।