ନୂଆଦିଲ୍ଲୀ, କରୋନା ମହାମାରୀ ସଙ୍କଟ ମଧ୍ୟରେ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ତାଜମହଲ । ସାମାଜିକ ଦୂରତା ଓ ଅନ୍ୟ କୋଭିଡ଼ ନିୟମ ଅନୁଯାୟୀ ପର୍ଯ୍ୟଟକମାନଙ୍କୁ ତାଜମହଲ ପରିଦର୍ଶନ କରିବାକୁ ଅନୁମତି ମିଳିବ । ପ୍ରତିଦିନ କେବଳ ୫୦୦୦ ପର୍ଯ୍ୟଟକଙ୍କୁ ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯାଇଛି । ଆଗ୍ରା କିଲ୍ଲାକୁ ଯିବାକୁ ଦୈନିକ ୨,୫୦୦ ପର୍ଯ୍ୟଟକଙ୍କୁ ଅନୁମତି ମିଳିବ । ପ୍ରବେଶ ଟିକେଟ କେବଳ ଅନଲାଇନରେ କିଣିପାରିବେ । ତେବେ କରୋନା ଯୋଗୁଁ ଗତ ୬ ମାସ ଧରି ତାଜମହଲ ବନ୍ଦ ରହିଥିଲା ।