You are currently viewing ଚୀନ ରେ ବ୍ୟାପିବାରେ ଲାଗିଛି ଆଉ ଏକ ଭୁତାଣୁ!

ଚୀନ ରେ ବ୍ୟାପିବାରେ ଲାଗିଛି ଆଉ ଏକ ଭୁତାଣୁ!

ନୂଆଦିଲ୍ଲୀ, ଚୀନର ଗାନସୁ ପ୍ରଦେଶରେ ଏକ ନୂଆ ପ୍ରକାର ଜୀବାଣୁ ସଂକ୍ରମଣ ଦେଖିବାକୁ ମିଳିଛି। ‘ବ୍ରୁସେଲୋସିସ୍‍’ ନାମକ ଏହି ଜୀବାଣୁ ଦ୍ୱାରା ୩୨୪୫ଜଣ ସଂକ୍ରମିତ ହେଲେଣି। ଏହି ଜୀବାଣୁ ଦ୍ୱାରା ସଂକ୍ରମଣ ଦ୍ୱାରା ହେଉଥିବା ଜ୍ୱରକୁ ମାଲାଟା ଜ୍ୱର କିମ୍ବା ମେଡିଟେରାନିଆନ୍‍ ଜ୍ୱର ବୋଲି କୁହାଯାଉଛି। ଗତବର୍ଷ ଜୁଲାଇ-ଅଗଷ୍ଟରେ ଏକ ଫାର୍ମାସ୍ୟୁଟିକାଲ କମ୍ପାନୀରୁ ଗ୍ୟାସ ନିର୍ଗତ ହେବା ପରଠାରୁ ଏହି ଜୀବାଣୁର ସଂକ୍ରମଣ ଦେଖିବାକୁ ମିଳିଛି। ଲାନଝୌ ପ୍ରଦେଶର ରାଜଧାନୀରେ ୨୧,୮୪୭ଜଣ ସଂକ୍ରମିତ ହୋଇଥିବାବେଳେ କାହାର ମୃତ୍ୟୁ ହୋଇନାହିଁ। ବ୍ରୁସେଲୋସିସ୍‍ ଜୀବାଣୁ ସଂକ୍ରମିତଙ୍କ ଠାରେ ମୁଣ୍ଡବିନ୍ଧା, ମାଂସପେଶୀରେ ଯନ୍ତ୍ରଣା, ଜ୍ୱର ଓ କ୍ଲାନ୍ତ ଅନୁଭବ ହୋଇଥାଏ।

ଅନ୍ୟମାନଙ୍କୁ ଜଣାନ୍ତୁ।