ୠଷିଆର ସମୁଦ୍ର କୂଳରେ ଦେଖାଗଲା ଏହି ଆଲବିନୋ ସିଲ୍। ଏକ ବିରଳ ପ୍ରଜାତିର ଜୀବ । ୠଷିଆର ଟ୍ୟୁଲୋନି ଦ୍ୱୀପରେ ଜନ୍ମହୋଇଥିବା ଏକ ନୂତନ ଆଲବିନୋ। ଏହାର ଅନନ୍ୟ ରଙ୍ଗ ହେତୁ ସମଗ୍ର ବିଶ୍ୱରେ ଲୋକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି ।

ଏହାର ରଙ୍ଗ ହାଲୁକା ଲାଲ୍। ପରିବାରର ବାକି ଆଲବିନୋ ସିଲ୍ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ସାମୁଦ୍ରିକ ସ୍ତନ୍ୟପାୟୀ ଜୀବ ବିଜ୍ଞାନୀ ବ୍ଳାଦିମୀର ବୃକାନୋବ୍ ଏହି ଆଲବିନୋ ସିଲର ଚିତ୍ର ସୋସିଆଲ ମିଡିଆରେ ସେୟାର କରିଛନ୍ତି ।