ଗରମ ଚା’ ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚାଇଥାଏ। ଯଦି ମିଛ ଭାବୁଛନ୍ତି ତେବେ ଜାଣନ୍ତୁ କଣ ରହିଛି ସେଥିରେ…

ଚା’ ପିଇବାକୁ ପ୍ରାୟ ଅନେକ ପସନ୍ଦ କରନ୍ତି। ଚାକିରିଆ ହେଉ କିମ୍ବା ମୂଲିଆ ଶ୍ରେଣୀ ହେଉ ଚା’ ସମସ୍ତଙ୍କର ପ୍ରିୟ ହୋଇଥାଏ। ପ୍ରାୟତଃ ସକାଳୁ ସମସ୍ତେ ଟିକେ ଚା’ ପିଇବାକୁ ପସନ୍ଦ କରନ୍ତି । ଅଳସୁଆ ପଣ ହେଉ ବା ଅଭ୍ୟାସ, ଚା’ ପିଇବା ଦ୍ୱାରା ଶରୀର ବେଶ ସତେଜ ଲାଗିଥାଏ । କିନ୍ତୁ ଅତ୍ୟଧିକ ଚା’ ପିଇବା ଶରୀର ପ୍ରତି ଅନେକ କ୍ଷତିକାରକ ହୋଇଥାଏ । ଯଦି ଆପଣ ବି ଅଧିକ ଗରମ ଚା’ ପିଉଛନ୍ତି, ତେବେ ଆଜିଠାରୁ ଏହି ଅଭ୍ୟାସ ପରିବର୍ତ୍ତନ କରନ୍ତୁ । ତେବେ ଆସନ୍ତୁ ଜାଣିବା ଗରମ ଚା’ ପିଇବା ଦ୍ୱାରା କ’ଣ ହୋଇଥାଏ କ୍ଷତି ଜାଣନ୍ତୁ…

ଗରମ ଚା’ ପିଇବା ଦ୍ୱାରା ଶରୀରରେ କ୍ୟାନସର ହେବାର ଆଶଙ୍କା ଥାଏ । ଅଧିକ ପରିମାଣରେ ଗରମ ଚା’ ପିଇବା ଦ୍ୱାରା ଖାଦ୍ୟନଳୀରେ କ୍ୟାନସର ହେବାର ଅଧିକ ଆଶଙ୍କା ଥାଏ । ସବୁବେଳେ ଅଧିକ ଗରମ ଥିବା ଚା ନ ପିଇ ଏହାକୁ ଅଳ୍ପ ଥଣ୍ଡା କରି ପିଇବା ଉଚିତ ।

ଅତ୍ୟଧିକ ଗରମ ପାନୀୟ ଆମ ଖାଦ୍ୟ ନଳୀ ପାଇଁ କ୍ଷତିକାରକ । ପ୍ରତ୍ୟେକ ଦିନ ୭୫ ଡିଗ୍ରୀ କିମ୍ବା ଏହାଠୁ ଅଧିକ ଗରମ ଥିବା ଚା’ ପିଇବା ଦ୍ୱାରା ଖାଦ୍ୟନଳୀରେ ଇସୋଫେଗଲ୍ କ୍ୟାନସର ହେବାର ଆଶଙ୍କା ଦ୍ୱିଗୁଣା ବଢ଼ିଯାଏ ।

Leave A Reply

Your email address will not be published.