ଖାଇବା ସମୟରେ ତରକାରୀ ସୁଆଦିଆ ହେଇଥାଉ ସମସ୍ତେ ଚାହାଁନ୍ତି। ପ୍ରାୟ ଅଧିକାଂଶ ତରକାରୀ ଖାଇବାକୁ ବେଶ୍ ପସନ୍ଦ କରିଥାନ୍ତି। କେହି କେହି ପାଣିଆ ଝୋଳ ପସନ୍ଦ କରିଥାନ୍ତି ତ ଆଉ କେହି ବହଳିଆ। କିନ୍ତୁ ଅନେକଙ୍କ ପସନ୍ଦ ଗ୍ରେଭି ଖାଇବାକୁ।

ଯଦି ଆପଣଙ୍କ ଘରେ ବି ଗ୍ରେଭି ଖାଇବାକୁ ପସନ୍ଦ କରୁଛନ୍ତି ତେବେ ଜମା ଡେରି କରନ୍ତୁ ନାହିଁ। କାରଣ ସେଥି ପାଇଁ କୌଣସି ବଡ଼ ଜିନିଷ କିମ୍ବା ବଡ଼ ଉପାୟ କରିବାକୁ ପଡ଼ିନଥାଏ। କେବଳ ଘରେ ଅଟା ଏବଂ ବେସନର ଆବଶ୍ୟକତା ଅଛି।

ତରକାରୀ କଲାବେଳେ ଟିକେ ଧ୍ୟାନ ଦେବେ ଯେମିତି ଝୋଳ ପାଣିଆ ନ ହୋଇଯାଏ। ଯଦି ବା ହେଇଗଲା, ତେବେ କିଛି ପରିମାଣରେ ଅଟା କିମ୍ବା ବେସନ କୁ ଥଣ୍ଡା ପାଣିରେ ଫେଣ୍ଟି ତରକାରୀ ରେ ପକେଇ ଦିଅନ୍ତୁ। ପକାଇବା ପରେ ଭଲ ଭାବରେ ତରକାରୀ ଫୁଟାନ୍ତୁ। ଫୁଟିଲା ପରେ ଗରମ୍ ଗରମ୍ ପ୍ଲେଟ୍ କୁ କାଢି ପରିବାର ଲୋକଙ୍କୁ ଖୁଆନ୍ତୁ ଓ ନିଜେ ଖାଆନ୍ତୁ।