You are currently viewing ନିୟୁ ଟ୍ରେଣ୍ଡ ୟିଅର ପିଅରସିଙ୍ଗ

ନିୟୁ ଟ୍ରେଣ୍ଡ ୟିଅର ପିଅରସିଙ୍ଗ

ଆଜିକାଲି କାନ ଫୋଡ଼ିବା ଏକ ପ୍ରକାର ଟ୍ରେଣ୍ଡ ହୋଇଗଲାଣି । ଆଗରୁ କେବଳ ଝିଅମାନେ ହିଁ ଫୋଡ଼ୁଥିଲେ କିନ୍ତୁ ଏବେ ସମସ୍ତେ ଫୋଡ଼ୁଛନ୍ତି । କିଏ କିଏ ନିଜର ସୌକ ପାଇଁ ଫୋଡ଼ୁଛନ୍ତି, ତ ଆଉ କିଏ କିଏ କିଛି ମାନସିକ କରି । ଏହାରି ମଧ୍ୟରେ ଏବେ ଏକ ଟ୍ରେଣ୍ଡ ‘ୟିଅର ପିଅରସିଙ୍ଗ ବା କାନ ଫୋଡ଼’ ଯୁବପିଢ଼ୀଙ୍କ ଭିତରେ ଦେଖିବାକୁ ମିଳୁଛି । କାନରେ ଗୋଟେ ଛିଦ୍ର କରୁନାହାଁନ୍ତି ।

ସୁନ୍ଦର ଦେଖାଯିବା ପାଇଁ ଏବେ କାନରେ ଦୁଇରୁ ଅଧିକ ଛିଦ୍ର କରୁଛନ୍ତି । ବଡ଼ ବଡ଼ ମଲ୍ କିମ୍ବା ପିଅରସିଙ୍ଗ ସେଣ୍ଟରକୁ ଯାଇ କାନ ଫୋଡ଼ି ନିଜକୁ ସୁନ୍ଦର କରୁଛନ୍ତି । ଅଧିକ ଚାହିଦା ଯୋଗୁଁ କାନ ଫୁଲ ମଧ୍ୟ ଅନେକ ରକମର ବଜାରକୁ ଆସିଲାନି । ପ୍ରାୟତଃ ଟିନ୍ ଏଜ୍ ବା ୩୦ ବର୍ଷ ଭିତରେ ଥିବା ଯୁବପିଢ଼ୀଙ୍କ ମଧ୍ୟରେ ଏଭଳି ଆଗ୍ରହ ବେଶି ଦେଖିବାକୁ ମିଳୁଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।