You are currently viewing ବନ୍ଧୁ ପାଇଁ ଗୋଟିଏ ଦିନ ନୁହେଁ: ଜୀବନ ଯଦି ଶରୀର ହୁଏ, ବନ୍ଧୁ ହେଉଛି ଆତ୍ମା

ବନ୍ଧୁ ପାଇଁ ଗୋଟିଏ ଦିନ ନୁହେଁ: ଜୀବନ ଯଦି ଶରୀର ହୁଏ, ବନ୍ଧୁ ହେଉଛି ଆତ୍ମା

ଆଜି ହେଉଛି ବନ୍ଧୁତା ଦିବସ। ସବୁ ବନ୍ଧୁମାନଙ୍କୁ ଶୁଭେଚ୍ଛା ବାର୍ତ୍ତା ଏଇ ସୋସିଆଲ ମିଡିଆ ଏବଂ ଫୋନ ମାଧ୍ୟମରେ ମିଳୁଛି। କାରଣ କରୋନା ପାଇଁ କେହି ପଦାକୁ ଗୋଡ଼ ବାହାର କରିପାରୁନାହାନ୍ତି। ସମସ୍ତେ ନିଜ ନିଜର ବନ୍ଧୁମାନଙ୍କ ପୁରୁଣା ଫୋଟୋ ଷ୍ଟାଟସ ଦେଇ, ସ୍ମୃତିକୁ ମନେ ପକାଉଛନ୍ତି। ଜୀବନରେ ଗୋଟେ ଭଲ ବନ୍ଧୁଟିଏ ମିଳିବା ବହୁତ୍ କଷ୍ଟ। ଅନେକ ବହିକୁ ନିଜର ବନ୍ଧୁ ବୋଲି କହିଥାନ୍ତି। କିନ୍ତୁ ଗୋଟେ ଭଲ ବନ୍ଧୁ ଯେ ଲାଇବ୍ରେରୀ ସହ ସମାନ, ବହୁତ୍ କମ୍ ଅନୁଭବ କରିଥାନ୍ତି। ବନ୍ଧୁର ସ୍ଥାନ କେହି ନେଇପାରିବେ ନାହିଁ।

ସମସ୍ତ ଅକୁହା କଥା ଜଣେ କେବଳ ନିଜ ବନ୍ଧୁଙ୍କ ସହ ସେୟାର କରିଥାଏ। କାରଣ ବାପା ମା ଙ୍କୁ ସବୁ ଜଣେଇ ହୁଏନି। ଗୋଟିଏ ଭଲ ବନ୍ଧୁ ଭାଗ୍ୟରେ ଥିଲେ ମିଳିଥାଏ। ବନ୍ଧୁତାର ସମ୍ପର୍କ ନିଃସ୍ଵାର୍ଥପର ହୋଇଥାଏ। ଭଗବାନ କୃଷ୍ଣ ସୁଦାମାଙ୍କ ବନ୍ଧୁତାର ଉଦାହରଣ ଆଜି ବି ଜୀବିତ। ପୌରାଣିକ ଯୁଗରୁ ଆଜି ପର୍ଯ୍ୟନ୍ତ ବନ୍ଧୁତା ଶବ୍ଦର ଅର୍ଥ ସ୍ଵତନ୍ତ୍ର ଓ ସ୍ମରଣୀୟ। ଆଜିର ଏହି ବନ୍ଧୁତା ଦିବସରେ ସମସ୍ତ ପାଠକୀୟ ମାନଙ୍କୁ ଶୁଭ ବନ୍ଧୁତା ଦିନର ଅନେକ ଶୁଭେଚ୍ଛା ଓ ଶୁଭକାମନା।

ଅନ୍ୟମାନଙ୍କୁ ଜଣାନ୍ତୁ।