ଯୁବପିଢୀଙ୍କ ପସନ୍ଦ କଲର୍ କେଶ

କେଶ ହେଉଛି ଝିଅ ମାନଙ୍କର ସୌନ୍ଦର୍ଯ୍ୟର ପ୍ରତୀକ। ଖାଲି ଝିଅ ନୁହନ୍ତି ସମସ୍ତଙ୍କ ପସନ୍ଦ ଘନ ଓ କଲର୍ ହେଆର। ଅନେକ ଲମ୍ବା କେଶ ରଖିବାକୁ ଓ ଆଉ କିଛି ସଟ୍ କେଶ ରଖିବାକୁ ପସନ୍ଦ କରିଥାନ୍ତି। ଖାଲି କେଶ ରଖିଲେ ତ ହେବନାହିଁ, ତା ସହିତ ଉଚିତ୍ ଯତ୍ନ ନେବାକୁ ବି ପଡ଼ିଥାଏ। ଏବେ ସବୁ ନୂଆ ଟ୍ରେଣ୍ଡ ଚାଲିଛି ହେୟାର କଲର। ସମସ୍ତେ ନିଜ ଶରୀରକୁ ମାନିଲା ଭଳି କଲର କରୁଛନ୍ତି। ପାର୍ଲର ନ ଯାଇ ଘରେ କିଭଳି କେଶକୁ କଲର୍ କରିପାରିବେ ଜାଣନ୍ତୁ। କିଛି କୁହନ୍ତି, ଘରେ କଲର୍ କଲେ କିଛି ଜଣା ପଡିନଥାଏ। ଏକଥା ଏକଦମ୍ ଭୁଲ୍। ସଠିକ୍ ଭାବରେ କରିଜାଣିଲେ, ପାର୍ଲର ଯିବାକୁ ପଡ଼ିବ ନାହିଁ।

ବଜାରରୁ କିଛି ମେହେନ୍ଦି ଆଣିବେ। କେଶରେ ଲଗାଇବାର ପୂର୍ବ ଦିନ ରାତିରୁ ତାକୁ ହାଲ୍କା ଉଷୁମ ପାଣିରେ ଭିଜେଇବେ। ଅଧିକ କଲର୍ ପାଇଁ ସେହି ପାଣିରେ କଫି କିମ୍ବା ଚା ପତି ପକେଇ ଫୁଟେଇ ଦେବେ। ସେହି ପାଣିକୁ ଛାଣି ଅଲଗା ଏକ ପାତ୍ରରେ ଥଣ୍ଡା କରିଦେବେ ଅର୍ଥାତ ହାଲ୍କା ଗରମ ଥିଲେ ମଧ୍ୟ ଚଳିବ। ସେଥିରେ କିଛି ମାତ୍ରାରେ ନଡ଼ିଆ ତେଲ ମିଶେଇବେ। କାରଣ ତେଲ ମିଶାଇବା ଦ୍ଵାରା କେଶର ରୁଖ୍ୟପଣ ଦୂର ହୋଇଥାଏ।

ପରେ ପରେ ସେହି ପାଣିରେ ଲେମ୍ବୁ ରସ ମଧ୍ୟ ମିଶାଇ ପାରିବେ। ଯଦି ଆପଣ ଭାବୁଥାନ୍ତି କି କେଶ ରେ ରୂପୀ ସମସ୍ୟା ଅଛି, ତେବେ ଲେମ୍ବୁ ରସ ଭଲ କାମ ଦେଇଥାଏ। ଏସବୁ ମିଶ୍ରଣ ମିଶାଇବା ପରେ ସେଥିରେ ମେହେନ୍ଦି ପକାଇ ଭଲ ଭାବରେ ମିଶାନ୍ତୁ। ତା ପରେ ସକାଳ ପର୍ଯ୍ୟନ ସେମିତି ଛାଡ଼ି ଦିଅନ୍ତୁ। ପର ଦିନ କେଶରେ ଲଗାଇ ୨ ରୁ ୩ ଘଣ୍ଟା ରଖିବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏମିତି କଲେ ଦେଖିବେ କେଶର ଏକ ଅଲଗା ପ୍ରକାରର ଚମକ୍ ଆସିବା ସହ, ସିଲ୍କ ମଧ୍ୟ ଦେଖାଯିବ।

Leave A Reply

Your email address will not be published.