You are currently viewing ଅଚାନକ ବାହାରିଲା ଅହିରାଜ, ତାପରେ…

ଅଚାନକ ବାହାରିଲା ଅହିରାଜ, ତାପରେ…

  • Post category:ଓଡିଶା
  • Reading time:1 mins read

ଢେଙ୍କାନାଳ, ଜିଲ୍ଲାର ହିନ୍ଦୋଳ ବନାଞ୍ଚଳ ମୁଣ୍ଡିଆପଶି ଜଙ୍ଗଲରେ ଥିବା କେନାଲରୁ ବନବିଭାଗ ୯ ଫୁଟ ଲମ୍ବର ଏକ ଅହିରାଜ ସାପ ଉଦ୍ଧାର କରିଛି। ପରେ ସାପଟିକୁ ନେଇ ଜଙ୍ଗଲରେ ଛାଡିଦେଇଛି ବନ ବିଭାଗ।

ସୂଚନା ଯୋଗ୍ୟଯେ, ସାପଟି କେନାଲରେ ଥିବାର ଗ୍ରାମବାସୀ ଦେଖି ବନବିଭାଗକୁ ଖବର ଦେଇ ଥିଲେ। ଖବରପାଇ ହିନ୍ଦୋଳ ରେଞ୍ଜର ହରମୋହନ ନାୟକ, ମେରାମଣ୍ଡଳୀର ହାତୀ ସ୍କ୍ୱାର୍ଡ ଦୀପକ ସାହୁ ଓ ତାଙ୍କ ସହଯୋଗୀ ମିଶି ସାପଟିକୁ ଧରିଥିଲେ। ଶେଷରେ ବନବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ସାପକୁ ନେଇ କନ୍ଧରା ଜଙ୍ଗଲରେ ଛାଡି ଦେଇଥିଲେ।

ଅନ୍ୟମାନଙ୍କୁ ଜଣାନ୍ତୁ।