ଅଧାରୁ ବନ୍ଦ ହେଲା ଶୀତ ଅଧିବେଶନ।


ଭୁବନେଶ୍ୱର, ଅଧାରୁ ବନ୍ଦ ହେଲା ଶୀତ ଅଧିବେଶନ। ଚଳିତ ମାସ ୨୦ ତାରିଖ ଠାରୁ ଆରମ୍ଭ ହୋଇଥିବା ଶୀତ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳପାଇଁ ବନ୍ଦ କରି ଦିଆ ଯାଇଛି। ପରୀ ହତ୍ୟା କାଣ୍ଡକୁ ନେଇ ଗୃହକୁ ଅଚଳ କରି ଦେଇଥିଲେ ବିରୋଧୀ। ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ପାଇଁ ଅଡି ବସିଥିଲେ ବିରୋଧୀ ଦଳ। ମୁଖ୍ୟମନ୍ତ୍ରୀ ଏସାଇଟି ତଦନ୍ତ ପାଇଁ ଘୋଷଣା ସତ୍ତ୍ବେ ଗୃହ ପରିଚାଳନା ସ୍ବାଭାବିକ ନହେବାରୁ ବାଧ୍ୟହୋଇ ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳପାଇଁ ମୁଲତବୀ ଘୋଷଣା କରିଛନ୍ତି। ଆଜି ଦିନ ତମାମ ବିଜେପି ଦଳର ବିଧାୟକ ମାନେ ଗାନ୍ଧୀମୂର୍ତ୍ତୀ ତଳେ ଧାରଣାରେ ବସିଥିଲେ। ଏହା ମଧ୍ୟରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିଜେଡିରୁ ବହିସ୍କାର କରାଯାଇଛି। ଅରୁଣ ସାହୁଙ୍କ ଇସ୍ତଫା ପ୍ରସଙ୍ଗ ଉପରୁ ନଜର ହଟାଇବାରେ ଏହା ସକ୍ଷମ ନହେବାରୁ ବାଧ୍ୟହୋଇ ଗୃହକୁ ମୁଲତବୀ କରାଗଲା ବୋଲି ବିରୋଧୀ କଟାକ୍ଷ କରିଛନ୍ତି।

Leave A Reply

Your email address will not be published.