You are currently viewing ଆଜି ପୁରୀ ଓ କୋଣାର୍କ ଅଭିମୁଖେ ଗଡିଲା ମୋ ବସ୍

ଆଜି ପୁରୀ ଓ କୋଣାର୍କ ଅଭିମୁଖେ ଗଡିଲା ମୋ ବସ୍

ଭୁବନେଶ୍ୱର, ବିଶ୍ଵ ପର୍ଯ୍ୟଟନ ଦିବସରେ ପୁରୀ ଓ କୋଣାର୍କକୁ ଆଜିଠାରୁ ଆରମ୍ଭ ହୋଇଛି ‘ମୋ ବସ୍’ ସେବା। ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୁରୀ ଓ କୋଣାର୍କକୁ ବସ୍ ସେବା ଆରମ୍ଭ କରିଛି କ୍ୟାପିଟାଲ ରିଜିୟନ ଅର୍ବାନ ଟ୍ରାନସପୋର୍ଟ । ଏନେଇ କ୍ରୁଟ୍ ପକ୍ଷରୁ ଟ୍ୱିଟ୍ କରାଯାଇଛି । ସୂଚନାନୁଯାୟୀ ଆଜି ମାଷ୍ଟର କାଣ୍ଟିନ୍ ଛକରୁ ଉଭୟ ପୁରୀ ଓ କୋଣାର୍କ କୁ ଯାତ୍ରୀଙ୍କୁ ନେଇ ଗଡିଥିଲା ମୋ ବସ୍ । ବସରେ ଯାତାୟତ କରୁଥିବା ବେଳେ ମାସ୍କ ପିନ୍ଧିବା ଓ ସମଦୂରତା ବାଧ୍ୟତାମୂଳକ କରାଯାଇଛି । ଡିଜିଟାଲ ପେମେଣ୍ଟକୁ ଗୁରୁତ୍ୱ ଦେବାକୁ କ୍ରୁଟ ପକ୍ଷରୁ ଅନୁରୋଧ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।