You are currently viewing ଆସିଲା ରାଜ୍ୟ କ୍ୟାବିନେଟ୍ ବୈଠକର ନିଷ୍ପତି

ଆସିଲା ରାଜ୍ୟ କ୍ୟାବିନେଟ୍ ବୈଠକର ନିଷ୍ପତି

ଭୁବନେଶ୍ୱର, ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା । କ୍ୟାବିନେଟରେ ଓଡ଼ିଶା ୟୁନିଭର୍ସିଟି ଆକ୍ଟ ୧୯୮୯ରେ ପରିବର୍ତ୍ତନ ହୋଇଛି । ସମସ୍ତ ୟୁନିଭର୍ସିଟଇର ପରିଚାଳନା ଗୋଟିଏ ଆକ୍ଟ ଅଧିନରେ ରହିବ । ଏହାସହ ରେଭେନ୍ସା ୟୁନିଭର୍ସିଟି ଆକ୍ଟ ୨୦୦୫ ରଦ୍ଦ ହେଲା । ବିଶ୍ୱବିଦ୍ୟାଳୟରେ ସିନେଟ୍ ବ୍ୟବସ୍ଥା ହଟେଇ ଦିଆଯାଇଛି । ସିନେଟ ବଦଳରେ ଏଣିକି ସିଣ୍ଡିକେଟ ବିଶ୍ୱବିଦ୍ୟାଳୟ ଦାୟିତ୍ୱରେ ରହିବ । ସିଣ୍ଡିକେଟରେ ଉଭୟ ଚାନସେଲର ଓ ସରକାରଙ୍କ ପ୍ରତିନିଧି ରହିବେ । ସେହିପରି ଭିସିଙ୍କ କାର୍ଯ୍ୟକାଳ ୩ବର୍ଷରୁ ୪ବର୍ଷକୁ ବୃଦ୍ଧି କରାଯାଇଛି । ଭିସିଙ୍କ ଅବସର ବୟସ ୬୫ବର୍ଷ ବଦଳରେ ୬୭ବର୍ଷ କରାଗଲା । ଭିସି ଚୟନ ପାଇଁ କମିଟିରେ ସରକାରଙ୍କ ପ୍ରତିନିଧି ଭାବେ ଜଣେ ରହିବେ । ଗୋଟିଏ ବିଶ୍ୱବିଦ୍ୟାଳୟରେ ୨ଥର ଭିସି ଦାୟିତ୍ୱ ନିର୍ବାହ କରିପାରିବେନି ।

ଐତିହ୍ୟ କ୍ୟାବିନେଟ ବୈଠକରେ ୭ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ସିଙ୍ଗିଲ ୱିଣ୍ଡୋ କ୍ୱିୟରାନ୍ସ ମାଧ୍ୟମରେ ୭ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ୭ଟି ପ୍ରକଳ୍ପ ପାଇଁ ୩୨୦୫କୋଟି ଟଙ୍କା ପୁଞ୍ଜିନିବେଶ ହେବ । ଏହା ଦ୍ୱାରା ୨୪୯୪ ଜଣ ନିଯୁକ୍ତି ସୁଯୋଗ ପାଇବେ । ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ସୁପାରିଶ କରାଯାଇଛି । ଏନେଇ କେନ୍ଦ୍ରକୁ ସୁପାରିଶ କରିଛି ଐତିହ୍ୟ କ୍ୟାବିନେଟ । ପ୍ରତ୍ନତତ୍ତ୍ୱ ବିଭାଗ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶାଳୟ ଓ ନିର୍ଦ୍ଦେଶକ । ସଂଗ୍ରହାଳୟ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶାଳୟ ଓ ନିର୍ଦ୍ଦେଶକ ପାଇଁ ମଞ୍ଜୁରି ମିଳିଛି । ରାଜ୍ୟ ସଂଗ୍ରହାଳୟ ଓ ଆନନ୍ଦ ଭବନକୁ ଭର୍ଚୁଆଲ କରାଯିବ । ସଂସ୍କୃତି ଭବନ ଦ୍ୱାରା ପରିଚାଳିତ ଏକାଡ଼େମୀ ପୁରସ୍କାର ରାଶି ବୃଦ୍ଧି କରାଯିବ । ଏକାଡ଼େମୀ ପୁରସ୍କାର ରାଶି ୫୦ହଜାରରୁ ୨ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି । ଏକାଡ଼େମୀ ସମ୍ପର୍ଦ୍ଧନା ରାଶି ୧ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି । ଉକ୍ରଳମଣି ଗୋପବନ୍ଧୁଙ୍କ ଜନ୍ମସ୍ଥାନର ବିକାଶ କରାଯିବ । ସୁଆଣ୍ଡୋର ବିକାଶ ପାଇଁ ସାଢ଼େ ୧୧କୋଟି ଟଙ୍କା ଅନୁମୋଦନ ମିଳିଛି । ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଖାଲି ପଦବୀ ପୂରଣ ହେବ ।

ସେହିପରି କୃଷି କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କେଉଁଠି ବି ଚାଷୀଙ୍କୁ ୟୁରିୟା ସାର ପାଇଁ ହଇରାଣ ହେବାକୁ ପଡ଼ିବନି । ଋଣ ଆବଶ୍ୟକ କରୁଥିବା ଚାଷୀଙ୍କୁ ଋଣ ଯୋଗାଯିବ । ଆମ କୃଷିରେ ୯ଲକ୍ଷ ଚାଷୀ ପଞ୍ଜିକୃତ ହୋଇଛନ୍ତି । ଆମ କୃଷିର ନୂଆ ନମ୍ବର ୧୫୫୩୩୩ ଜାରି ହୋଇଛି । ଚାଷୀ ଏହି ନମ୍ବରକୁ କଲ କରି କୃଷି ସମ୍ବନ୍ଧୀୟ ସୂଚନା ପାଇବେ ତ୍ରୁଣମୂଳ ସ୍ତରରୁ ଫିଡ଼ବ୍ୟାକ୍ ଆଣିବା ପାଇଁ ବ୍ୟବସ୍ଥା କରାଯାଇଛି । ପ୍ରତି ପଞ୍ଚାୟତରେ ପ୍ରାୟ ୧୦୦ ଚାଷୀଙ୍କୁ ନେଇ ହ୍ୱାଟ୍ସଆପ ଗ୍ରୁପ ବ୍ୟବସ୍ଥା କରାଯାଇଛି । ଏହି ଗ୍ରୁପରେ ଚାଷ ନେଇ ସୂଚନା ପଠାଯିବ । ଭାଗଚାଷୀଙ୍କ ପାଇଁ ବଳରାମ ଯୋଜନା ଲାଗୁ କରାଯିବ । ଯୋଜନାରେ ଗୋଷ୍ଠୀ ତିଆରି କରି ଋଣ ସହଯୋଗ ଦିଆଯିବ । ଏଥିରେ ଭାଗଚାଷୀ ସୁବିଧା ପାଇ ପାରିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।