ଆଜି ରାଜ୍ୟର ୫ଟି ସହରରେ ଜାରି ହୋଇଛି ଲକଡାଉନ୍ ପ୍ରକ୍ରିୟା। କଟକ, ଯାଜପୁର, ଖୋର୍ଦ୍ଧା, ଗଞ୍ଜାମ ଓ ରାଉରକେଲା ସହରରେ କଡାକଡି ଚେକିଂ ବ୍ୟବସ୍ଥା ଚାଲିଛି। ସବୁ ଛକମାନଙ୍କରେ ପୋଲିସର ନାକାବନ୍ଦି ରହିଥିବାବେଳେ, ଅମନିଆଙ୍କ ଠାରୁ ଆଦାୟ ଚାଲିଛି ଫାଇନ। ଜୁଲାଇ ୩୧ ପର୍ଯ୍ୟନ୍ତ ଏଭଳି ବ୍ୟବସ୍ଥା ଜାରି ରହିବ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ, ପ୍ରାୟ ୭୦ଦିନର ଲକଡାଉନ୍ ପରେ ଏବେ ସରକାର ଅନ୍ ଲକ୍ ପ୍ରକ୍ରିୟା ଆରମ୍ଭ କରିଥିଲେ। କିନ୍ତୁ ଏହା ଦ୍ଵାରା ରାଜ୍ୟରେ କୌଣସି ସୁଫଳ ଦେଖିବାକୁ ମିଳିଲା ନାହିଁ। ଦିନକୁ ଦିନ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା ନଜରକୁ ଆସୁଛି। ଏହିସବୁ ଦୃଶ୍ୟକୁ ନଜରରେ ରଖି ରାଜ୍ୟରେ ପୁଣିଥରେ ଆରମ୍ଭ ହୋଇଛି ଲକଡାଉନ୍ ପ୍ରକ୍ରିୟା। ଏହି ସମୟରେ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ସକାଳ ୬ ରୁ ୧ ପର୍ଯ୍ୟନ୍ତ ଖୋଲା ରହିବ। ସରକାରଙ୍କର ଏହି ନିଷ୍ପତିକୁ ମାନିବାକୁ ସାଧାରଣରେ ଅନୁରୋଧ କରାଯାଇଛି।