You are currently viewing କରୋନା ନେଲା ୯ ଜୀବନ

କରୋନା ନେଲା ୯ ଜୀବନ

ଭୁବନେଶ୍ୱର, ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ୨୪୯୬  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଆଉ ୯ଜୀବନ ନେଇଛି କରୋନା । ମୃତକଙ୍କ ମଧ୍ୟରେ ସମ୍ବଲପୁରରୁ ୪,କଟକ ରୁ ୨ ଗଞ୍ଜାମ, ନୟାଗଡ଼, କେଉଁଝରରୁ ଜଣେ  ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୩୩୩କୁ ବୃଦ୍ଧି ପାଇଛି । ରେକର୍ଡ଼ ଅନୁସାରେ ଗତ ୧୫ ଦିନରେ ୧୫୬ ଜୀବନ ନେଲାଣି କରୋନା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।