କଲର୍ଭଟ କଲା କଲବଲ୍ : ନଷ୍ଟ ହେଲା ଚାଷୀଙ୍କ ଧାନତଳି

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଭୂଷଳ ପଂଚାୟତରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ନିର୍ମିତ ଆର.ଡ଼ି ରୋଡ଼ ଠାରୁ ଅସୁରବନ୍ଧ ପର୍ଯ୍ୟନ୍ତ ନିର୍ମିତ ୩.୧କିମି ରାସ୍ତାରୁ ୨.୪କିମି ପିଚୁ ୦.୭୫କଂକ୍ରିଟରେ ୬ଟି କଲଭର୍ଟ ହେବାକଥା ଫଳକ କହୁଛି। କିନ୍ତୁ ବାସ୍ତବରେ ସେଭଳି କିଛି ହେଉନାହିଁ ବୋଲି ଲୋକେ କୁହନ୍ତି। କୀର୍ତ୍ତନପୁର ଅର୍ଜୁନ ବାହାଳି ଚକରେ ହେଉଥିବା କଲଭର୍ଟର ବାୟୀପାସ ରାସ୍ତାରେ ବର୍ଷାଜଳ ନିଷ୍କାସିତ ନହେବାରୁ ୧୧ଜଣ ଚାଷୀଙ୍କର ଜମି ଜଳାର୍ଣ୍ଣବ ହୋଇଛି । ଚାଷୀଙ୍କ ବୁଣାଧାନ ନଷ୍ଟ ହୋଇଛି ।

ଧାନତଳି ରୋଇବା ପରେବି ପଚି ଯାଇଛି, ମୁଣ୍ଡରେ ହାତଦେଇ ବସିଛନ୍ତି ଚାଷୀ । ଠିକାଦାର ତୁଷାର ବରାଳ, ପେଟି ଠିକାଦାର ପୂର୍ବତନ ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ମାୟାଧର ପଣ୍ଡା ତଥା ଖଣି ମନ୍ତ୍ରୀଙ୍କ ଏକାନ୍ତ ଅନୁଗତ ରିଙ୍କୁ ପଣ୍ଡା ବର୍ଷାଧିକ କାଳ ଏହି ନିର୍ମାଣକାର୍ଯ୍ୟ କରୁଛନ୍ତି । ଚାଷୀ ଦୁଇମାସ ପୂର୍ବରୁ ଜଳନିଷ୍କାସନ ପାଇଁ ଠିକାଦାର,ବିଭାଗୀୟ ଅଧିକାରୀଙ୍କୁ କାକୁତି ମିନତି କରୁଥିଲେ ମଧ୍ୟ ପ୍ରଭାବଶାଳୀ ଠିକାଦାରଙ୍କୁ ସୁରକ୍ଷା ଦେଉଥିବା ଖଣିମନ୍ତ୍ରୀଙ୍କ ନିଜଲୋକ ଚାଷୀଙ୍କ ଜୀବନ ଜୀବିକାକୁ ଖାତିର କରୁନାହାଁନ୍ତି । ଭାଗ୍ୟକୁ ଆଦରି ଚାହିଁ ରହିଛି ନିରୀହ ଚାଷୀ । ରାସ୍ତା ର କର୍ଲଭଟ କୀର୍ତ୍ତିନପୁର ଚାଷୀଙ୍କୁ ଦୁଇ ମାସ ହେଲା କରୁଛି କଲବଲ ।

Leave A Reply

Your email address will not be published.