You are currently viewing କାଲିଠୁ ପୁରୀରେ ଆରମ୍ଭ ହେବ ରଥ ଖୋଲା କାର୍ଯ୍ୟ

କାଲିଠୁ ପୁରୀରେ ଆରମ୍ଭ ହେବ ରଥ ଖୋଲା କାର୍ଯ୍ୟ

  • Post category:ଓଡିଶା
  • Reading time:1 mins read

ଚଳିତବର୍ଷ ୩ ରଥର ସଂରକ୍ଷଣ ପାଇଁ ପୁରୀରେ ଆସନ୍ତାକାଲି ରଥଖୋଲା କାର୍ଯ୍ୟ ଆରମ୍ଭ ହେବ । ସେବକ ଓ ପରିଚାଳନା କମିଟି ସଦସ୍ୟଙ୍କ ତତ୍ତ୍ୱାବଧାନରେ ଏହି କାମ ହେବ । ମାସେ ଧରି ରଥଖୋଲା ଚାଲିବା ସହ ସ୍ଥାନାନ୍ତରଣ ଓ ରଥଯୋଡ଼ା କାମ ମଧ୍ୟ ହେବ । ରଥକୁ ନଭାଙ୍ଗି ସୁରକ୍ଷିତ ଭାବେ ଭୋଇ ସେବକ ମାନେ ଖୋଲିବେ । ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ ବଲ୍ଲଭରେ ୩ରଥ ରହିବ ବୋଲି ସୂଚନା ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।