You are currently viewing ଗ୍ରାମବାସୀଙ୍କୁ ମାଡମାରି ଓଲଟା ୨ଟି ମାମଲା ରୁଜୁ  କଲା ପୋଲିସ!

ଗ୍ରାମବାସୀଙ୍କୁ ମାଡମାରି ଓଲଟା ୨ଟି ମାମଲା ରୁଜୁ କଲା ପୋଲିସ!

ନୟାଗଡ, (ସୁକାନ୍ତ ଡାକୁଆ): ନୟାଗଡ଼ ଜିଲ୍ଲା ରଣପୁର ଏନଏସି ଅନ୍ତଗତ ସାନଗଡ଼ରେ ଥିବା ବିଦ୍ୟାଳୟରେ ଏକ ଚିଲଡ୍ରେନ ପ୍ରାକ କରିବାକୁ ନେଇ ଜଣେ ଵେବସାଇ ଓ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ଏ ନେଇ ପୋଲିସ ସମାଧାନ କରିବା ବଦଳରେ ଗ୍ରାମବାସୀଙ୍କୁ ମାଡ ମାରିବା ସହିତ ଗ୍ରାମବାସୀଙ୍କ ନାମରେ ୨୧୭ ଓ ୨୧୯ ରେ ଦୁଇ ଦୁଇଟି ମିଥ୍ୟା ମାମଲା କରିଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଗ୍ରାମବାସୀମାନେ ଏହି ପ୍ରାକରୁ ଯଦି ଓହରି ନଯାଆନ୍ତି ଗିରଫ କରି ଜେଲ ପଠାଇ ଦେବାର ଧମକ ଦେଉଛି ! ଅପର ପକ୍ଷ୍ୟରେ ଏହି ଘଟଣାକୁ ନେଇ ବେଆଇନି ଭାବେ ସରକାରୀ ଜମିକୁମଡାଇ ଘର କରି ପ୍ରାକ କରାଇ ଦେଉନଥିବା ଘର ମାଲିକ ନାମରେ ପୋଲିସି ପାଖରେ ଅଭିଯୋଗ କଲେମଧ୍ୟ ପୋଲିସ ତାଙ୍କ ବିରୁଦ୍ଧରେ କୌଣସି କାଯ୍ୟ।ନୁଷ୍ଠାନ କରୁନି । ଏ ନେଇ ରଣପୁର ଏନଏସି ଅଧିକାରୀ ତାପସ କୁମାର ବିଶି ସରକାରୀ ଜମିକୁ ବେଆଇନି ଭାବେ ମଡ଼ାଇ ରଖିଥିବା ଧମକ ଚମକ ସହିତ ସରକାରୀ କାଯ୍ୟରେ ବାଧା ଉପୁଜିବା ବିରୁଦ୍ଧରେ ମାଗୁଣି ବେହେରା ଓ ତାଙ୍କ ଦୁଇଜଣ ସହଯୋଗୀଙ୍କ ବିରୁଦ୍ଧରେ ରଣପୁର ଥାନାରେ ଗତ ୨୭/୭/୨0 ତାରିଖରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଏହି ଅଭିଯୋଗକୁ ରଖିନାହିଁ । ଏହି ଅଭିଯୋଗକୁ ଫେରାଇ ଦେଇଛି ଏହାକୁ ନେଇ ସାନଗଡ଼ରେ ଉତେଜନା ଦେଖାଦେଇଛି ।

କୋଭିଡ଼-୧୯କୁ ନେଇ ସରକାର ଗ୍ରାମ ମାନଙ୍କରେ ଶାନ୍ତି ପୂର୍ଣ ଭାବେ ଘରେ ରହିବା ନେଇ ସତେତନତା ଓ ନିର୍ଦ୍ଦେଶ ନାମା ଜାରି କରିଥିଲେ ମଧ୍ୟ ସାନଗଡ଼ ଗ୍ରାମବାସୀଙ୍କ ଉପରେ ରଣପୁର ପୋଲିସ କରୁଛି ଜୁଲମ। ସାନଗଡ଼ର ପ୍ରାଥମିକ ବିଦ୍ୟାଳୟକୁ ଏକ ସରକାରୀ ଜମିରେ ଏନଏସି ତରଫରୁ ୭ ଲକ୍ଷ ଟଙ୍କା ମଂଜୁର କରାଜାଇ ସେଠାରେ ପ୍ରାକ କାଯ୍ୟ କରାଯାଉଥିଲା ଏହାକୁ ବିରୋଧକରିଥିଲେ ମାଗୁଣି ଏହାପରେ ସେଠାରେ ଗ୍ରାମବାସୀ ମାନେ ପହଂଚି କାଯ୍ୟ କରିବା ପାଇ କହିଥିଲେ ! ପୋଲିସ ପଂହଁଚି ସମାଧାନ କରିବା ବଦଳରେ ଗ୍ରାମବାସୀଙ୍କୁ ମାଡମାରି ଥିଲା। ଚିଲଡ୍ରେନ ପାର୍କ ତିଆରିକୁ ନେଇ ସରକାରଙ୍କ ଜାଗାକୁ ପିଲାଙ୍କ ଖେଳ ପଡିଆକୁ ଜୋର ଜବରଦସ୍ତ ଦଖଲ କରିଥିବା ରଣପୁରର ବରିଷ୍ଠ ବ୍ୟବସାୟୀ ମାଗୁଣି ବେହେରା ନାମକ ପ୍ରଭାବ ଶାଳି ବ୍ୟକ୍ତିଙ୍କ କଥାରେ ପଡି ପୋଲିସ ସାନଗଡ଼ ଗ୍ରାମବାସୀଙ୍କ ନାମରେ କେସ ଦେଇ ବାରମ୍ବାର ହଇରାଣ କରୁଛି ଥାନା ଅଧିକାରୀ।ଙ୍କ ଏଭଳି କାଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ନୀନ୍ଦା କରାଯାଇଛି ।

ଅଙ୍ଗନବାଡ଼ି ଓ ବିଦ୍ୟାଳୟ ଜମିକୁକୁ ଜୋର ଜବରଦସ୍ତ ବଳ ପୂର୍ବକ ମାଗୁଣି ବେହେରା ଅକ୍ତିଆର କରିନେଇଛନ୍ତ । ଫଳରେ ସେ ସ୍କୁଲର ଜାଗାକୁ ଗ୍ରାମବାସୀମାନେ ବିରୋଧ କରିଥିଲେ ସାନଗଡ଼ ଗ୍ରାମବାସୀ ଙ୍କ ସରଳତାର ସୁଯୋଗ ନେଇ ମାଗୁଣି ବେହେରା ଓ ପୁତୁରା ରଣପୁର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ତାଙ୍କ ଅଭିଯୋଗ ଅନୁସାରେ ଦୁଇଟି ମାମଲା ୠଜୁକରିଛି । ଗ୍ରାମବାସୀ ମାନେ ଅଭିଯୋଗ କରିଥିଲେ ଜୁଲାଇ ୨୬ ତାରିଖ ରେ ଲିଖିତ ଭାବେ ଅଭିଯୋଗ କରିଥିଲେ। ହେଲେ ମାମଲା ୠଜୁକଲା ନାହିଁ !କିନ୍ତୁ ସାନଗଡ଼ ଗ୍ରାମର ଗ୍ରାମବାସୀ ଙ୍କୁ ବାରମ୍ବାର ଥାନାକୁ କୁ ଡାକି ଧମକ ଦେଇ ମିଥ୍ୟା ମକଦ୍ଦମା ଲଗେଇ କେସ କରି ଗ୍ରାମବାସୀଙ୍କୁ ଫସେଇ ଦେବୁ ବୋଲି ପୋଲିସ ବାବୁଙ୍କ ଠାରୁ ଧମକ ମିଳୁଛି । ଘଟଣାର ସାନଗଡ଼ ଗ୍ରାମବାସୀଙ୍କ ନାମରେ କେସ ଦେଇ ବଳପୂର୍ବକ ପୋଲିସ ବାବୁ ଚାପ ପ୍ରୟୋଗ କରୁଥିବା ଦେଖିବାକୁ ମିଳିଛି । ଥାନରେ ଅଭିଯୋଗ କରିଲେ ମଧ୍ୟ ପୋଲିସ ଏଫଆଇଆର ରଖିବେ କଣ ପୋଲିସ ଓଲଟା ଆକ୍ରମଣ କରୁଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।