ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ନବଜାତ ଶିଶୁପୁତ୍ରର ମୃତ୍ୟୁ। ଡାକ୍ତରଙ୍କ ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ କଲେ ପରିବାର ଲୋକେ। ଟଙ୍କା ନଦେବାରୁ ଚିକିତ୍ସା ପାଇଁ ଆସିଲେନି ଡାକ୍ତର ଓ ନର୍ସ । ଆଉ ଡାକ୍ତର ଓ ନର୍ସ ନ ଆସିବା ଫଳରେ ଚିକିତ୍ସା ଅବହେଳାରୁ ନବଜାତ ଶିଶୁର ଜୀବନ ଚାଲିଗଲା । ସୂଚନାଅନୁସାରେ ଗତକାଲି ବିଳମ୍ବିତ ରାତିରେ ଜଣେ ଗର୍ଭବତୀ ମହିଳାଙ୍କୁ ଡେଲିଭରୀ ପାଇଁ ଚିକିତ୍ସାଳୟ ଅଣାଯାଇଥିଲା । ସେଠାରେ ମହିଳାଙ୍କ ଯନ୍ତ୍ରଣା ଜୋର୍ ହେବାରୁ ଡାକ୍ତର ଏବଂ ନର୍ସ ଙ୍କୁ ପରିବାର ଲୋକ ଡାକିଥିଲେ । କିନ୍ତୁ ସେମାନେ ଟଙ୍କା ଦେଲେ ଚିକିତ୍ସ କରିବୁ ବୋଲି କହିଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ଏନେଇ ଚିକିତ୍ସାଳୟରେ ଉତ୍ତେଜନା ପ୍ରକାଶ ପାଇଛି । ପରିବାର ଲୋକ ଚିକିତ୍ସାଳୟ ଆଗରେ ଧାରଣା ଦେଇଛନ୍ତି । ତେବେ ଏନେଇ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିନାହିଁ । ତେବେ ଏନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପରିବାର ଲୋକ । ଏହାପରେ ଚିକିତ୍ସାଳୟରେ ଟାଉନ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭ