You are currently viewing ଧସିଲା ନଦୀ ବନ୍ଧ, ଲୋକେ ଆତଙ୍କିତ

ଧସିଲା ନଦୀ ବନ୍ଧ, ଲୋକେ ଆତଙ୍କିତ

  • Post category:ଓଡିଶା
  • Reading time:1 mins read

ଭଦ୍ରକ, ବୈତରଣୀ ନଦୀରୁ ୨୦୦ଫୁଟର ନଦୀବନ୍ଧ ଧସିବା ଫଳରେ ଭୟଭୀତ ଅବସ୍ଥାରେ ନଦୀକୂଳୀଆ ବାସୀ । ଚାନ୍ଦବାଲି ବ୍ଲକ ଆରଡ଼ି ନିକଟସ୍ଥ ମୁଆଁ ଗାଁ ଦେଇ ପ୍ରବାହିତ ହେଉଥିବା ବୈତରଣୀ ନଦୀ ବନ୍ଧ ଅଚାନକ ଧସିପଡ଼ିବା ଯୋଗୁଁ ଗ୍ରାମ ମଧ୍ୟକୁ ପାଣି ପଶିଯାଇଛି । ଯାହାକୁ ନେଇ ସ୍ଥାନୀୟ ଅଧିବାସୀ ଆତଙ୍କିତ ହୋଇପଡ଼ିଛନ୍ତି ।

ଏଥିସହ ଉକ୍ତ ନଦୀ ବନ୍ଧ ଚାଷ ଜମି ଅଞ୍ଚଳର ହୋଇଥିବାରୁ ଚାଷୀମାନଙ୍କ ପାଇଁ ଏହା ବିପଦ ଆଣିପାରେ ବୋଲି ଚାଷୀ ମାନେ ଆଶଙ୍କ ପ୍ରକାଶ କରିଛନ୍ତି । ଅତୀତରେ ଖରାଦିନେ ଏହି ବନ୍ଧ ଧସିଥିବା ଖବର ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ମରାମତି ହୋଇନଥିଲା । ତେବେ ଦେଖିବାକୁ ବାକି ରହିଲା କେବେ ଏମାନଙ୍କ କଥା ଶୁଣୁଛି ପ୍ରଶାସନ ।

ଅନ୍ୟମାନଙ୍କୁ ଜଣାନ୍ତୁ।