ଢେଙ୍କାନାଳଜିଲ୍ଲା ବାଲିମୀ ଥାନା ଅନ୍ତର୍ଗତ ନିମ ବାହାଳି ଗାଁରେ ହାତୀ ପଶି ବାରମ୍ବାର ଭାଙ୍ଗି ନଷ୍ଟ କରିଦେଇଛି। ଘଟଣାରୁ ପ୍ରକାଶ ଯେ, ଗତ ୧୧.୦୭.୨୦୨୦ ତାରିଖ ରାତି ୧୦ ବେଳେକୁ କୁମର ବେହେରା ପି-ଗାଣ୍ଡୁ ବେହେରାଙ୍କ ପରିବାର ଘର ବାରଣ୍ଡାରେ ଖାଇ ବସିଥିବା ବେଳେ ଏକ ମାଈ ହାତୀ ମୁଖ୍ୟ ଦ୍ୱାରଦେଇ ଘର ଭିତରକୁ ପଶି ଯାଇଥିଲା ଏବଂ ଘରଭିତରୁ ଭାତ ଓ ଚାଉଳ ଖାଇବା ସହ ଘର ଭଙ୍ଗାରୁଜା କରି ବାହାରି ଆସିଥିଲା। ହଳଦିଆ, ବହାଡ଼ା ବନବିଭାଗ କର୍ମଚାରୀ ଆସି ସେହି ସ୍ଥାନରୁ ହାତୀ ଟିକୁ ଘଉଡ଼ାଇ ଦେଇଥିଲେ। ତେବେ ପୁଣିଥରେ ରାତି ୩ ଟା ବେଳେକୁ ଆସି ଘର ଚାରିପାଖ ବୁଲିବାର ଦେଖିଥିଲେ।

ଉକ୍ତ ହାତୀ ଟି ମୋଟଙ୍ଗା ଥାନା ଅନ୍ତର୍ଗତ ମରାମଣ୍ଡଳୀ କଲୋନୀ ସାହି ଓ ବାଲିମୀ ଥାନା ଅନ୍ତର୍ଗତ ଝାଡ଼ବନ୍ଧ ଗ୍ରାମରେ ପଶି ଘର ଭାଙ୍ଗିବା ସହ କ୍ଷୟ କ୍ଷତି କରିଥିବା ଜଣାଯାଇଛି। ଖଜୁରିଆକଟା ବନ ଅଧିକାରୀ ଆଜି ସକାଳେ ଆସି କ୍ଷତିଗ୍ରସ୍ତ ପରିବାରମାନଙ୍କୁ ଭେଟି ସମସ୍ତ ପ୍ରକାର ସରକାରୀ ସାହାଯ୍ୟ ପ୍ରଦାନ ନିମନ୍ତେ ତୁରନ୍ତ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି।