ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ନୂଆ ଦାୟିତ୍ୱ ପାଇଁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ଓଡ଼ିଶା ଜନ୍ମିତ ଗିରୀଶ ଚନ୍ଦ୍ର ବର୍ତ୍ତମାନ ଦେଶର ନୂଆ ସିଏଜି । ଉଲ୍ଲେଖଯୋଗ୍ୟ ଯେ ଗତକାଲି ନୂଆ ସିଏଜି ଭାବେ ନିଯୁକ୍ତି ହୋଇଛନ୍ତି ଓଡ଼ିଆ ଆଇଏଏସ ଅଫିସର ଗିରୀଶ ଚନ୍ଦ୍ର ମୁର୍ମୁ । ସେ ଆସନ୍ତାକାଲି ଦେଶର ନୂଆ ସିଏଜି ଭାବେ ଶପଥ ଗ୍ରହଣ କରିବେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନରେ ତାଙ୍କୁ ଶପଥ ପାଠ କରାଇବେ ବୋଲି ସୂଚନା ମିଳିଛି ।

ନୂଆ ସିଏଜି ହୋଇଥିବା ଗିରୀଶ ଚନ୍ଦ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ
- Post published:August 7, 2020
- Post category:ଓଡିଶା
- Reading time:1 mins read