You are currently viewing ପାରିବାରିକ କଳହକୁ ନେଇ ସ୍ତ୍ରୀର ତଣ୍ଟି ଚିପି ହତ୍ୟାକଲା ସ୍ୱାମୀ

ପାରିବାରିକ କଳହକୁ ନେଇ ସ୍ତ୍ରୀର ତଣ୍ଟି ଚିପି ହତ୍ୟାକଲା ସ୍ୱାମୀ

ପାରିବାରିକ କଳହ ଯୋଗୁଁ ସ୍ତ୍ରୀ ତଣ୍ଟି ଚିପି ହତ୍ୟା କରିଛି ସ୍ୱାମୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ନରେନ୍ଦ୍ରପୁର ଗାଁରେ । ସ୍ୱାମୀ ସ୍ତ୍ରୀ ଉପରେ କୌଣସି କାରଣରୁ ରାଗିଯାଇ, ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିଛି । ସୂଚନା ଯୋଗ୍ୟଯେ, ନରେନ୍ଦ୍ରପୁର ଗାଁର ତପନ ପ୍ରଧାନ, ଭୀମପୁର ଗାଁର ରୋଜାଲୀନ ପ୍ରଧାନଙ୍କୁ ଆଠ ବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ । ଉଭୟେ ଦୁଇ ପୁତ୍ର ସନ୍ତାନଙ୍କ ସହ ବାଙ୍ଗାଲୋରରେ ରହୁଥିଲେ ।

କରୋନା ମାହାମାରୀ ପାଇଁ ନିକଟରେ ଗାଁକୁ ଫେରିଥିଲେ । ରୋଜାଲୀନର ଶ୍ୱଶୁର ଘରେ ପ୍ରାୟତଃ ଝଗଡ଼ା ହୁଏ । କିଛି ଦିନ ପୂର୍ବରୁ ଝଗଡ଼ା ହୋଇ ବାଣପୁର ଥାନାକୁ ଯାଇଥିଲେ । ସେଠାରେ ଥାନାବାବୁଙ୍କ ଉପସ୍ଥିତିରେ ଆପୋଷ ବୁଝାମଣା କରି ଘରକୁ ଫେରିଥିଲେ । କିନ୍ତୁ ପୁଣିଥରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗିଥିଲା । ସେଥିରେ ରୋଜାଲୀନଙ୍କ ସ୍ୱାମୀ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀଙ୍କ ତଣ୍ଟି ଚିପି ହତ୍ୟା କରିବାପରେ, ନିଜେ ବାଣପୁର ଥାନାକୁ ଆସି ଆତ୍ମ ସମର୍ପଣ କରିଛନ୍ତି ।

ଅପରପକ୍ଷରେ ରୋଜାଲୀନକୁ ଯୌତୁକ ଦାବି କରି ଶ୍ୱଶୁର ଘର ଲୋକେ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲେ ବୋଲି ଅଭିଯୋଗ କରିଛନ୍ତି ରୋଜାଲୀନଙ୍କ ପରିବାର ଲୋକ । ପୋଲିସ ଖବର ପାଇବାପରେ ଶ୍ୱଶୁର ଘରକୁ ଯାଇ ଶବ ଉଦ୍ଧାର କରିବା ସହ ସ୍ୱାମୀ ଏବଂ ଶ୍ୱଶୁରଙ୍କୁ ଗିରଫ କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।