ସାଲେପୁର: କରୋନା ମହାମରି କବଳରୁ ବଂଚିବା ପାଇଁ ପ୍ରବାସୀମାନେ ହୋଇଥିଲେ ଘରବାହୁଡା। ସେତିକିବେଳେ ଜଣେ ପ୍ରବାସୀ ସରକାରଙ୍କ ବିନା ସାହାଯ୍ୟ ସହଯୋଗରେ ଗାଁ କୁ ଯିବା ପାଇଁ ଥିବା କଚ୍ଚା ରାସ୍ତାକୁ ନିଜସ୍ୱ ଅର୍ଥରେ ନିର୍ମାଣ କରିଛନ୍ତି। ତା ସହିତ ଗାଁରେ ମନ୍ଦିର , ପାନୀୟ ଜଳର ବ୍ୟବସ୍ଥା, କୋଠଘର, ଭାଗବତ ଟୁଙ୍ଗୀ,ଗରିବ ଅସହାୟ ଲୋକମାନଙ୍କ ପାଇଁ ଘର ଇତ୍ୟାଦି ଅନେକ କିଛି କରି ସ୍ଥାନୀୟ ଲୋକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

ବ୍ୟକ୍ତି ଜଣକ ହେଉଛନ୍ତି କଟକ ଜିଲ୍ଲା ସଲେପୁର ଜଳହରି ଗ୍ରାମର ଯୁବ ଚାଟାର୍ଡ ଆକାଉଣ୍ଟାଣ୍ଟ ଗୋଲଖ ପରିଡା। ସୂଚନା ଯୋଗ୍ୟଯେ, ଗାଁକୁ ଯିବା ପାଇଁ ନଥିଲା ପକା ରାସ୍ତା ଟିଏ। କାଦୁଅ ରାସ୍ତା ରେ ଯିବାକୁ ପଡୁଥିଲା ଗାଁ ଲୋକମାନଙ୍କୁ। କରୋନା ମହାମାରୀ ସମୟରେ ଗାଁକୁ ଫେରିଥିଲେ ପ୍ରବାସୀ ଓଡ଼ିଆ ଚାଟାର୍ଡ ଆକାଉଣ୍ଟ ଗୋଲଖ ପରିଡା।

ଲକଡାଉନ ସମୟରେ ଗାଁରେ ରହି ଏହିସବୁ କାର୍ଯ୍ୟ କରିଥିଲେ। ଏଭଳି ପ୍ରୟାସ ଜାରି ରହିବା ସହ ନିଜ ଜନ୍ମ ମାଟିକୁ ଏକ ପରିପୂର୍ଣ୍ଣ ଗାଁ ରେ ଗଢି ତୋଳିବା ପାଇଁ ସେ ବଧ ପରିକର ବୋଲି କହିଛନ୍ତି। ଏଭଳି କାମ ପାଇଁ ତାଙ୍କ ପତ୍ନୀ ଡ୍ରିମ୍ପୁଲ ଚୌଦୁରୀ ପ୍ରେରଣା ମଧ୍ୟ ଯୋଗାଇଥାନ୍ତି ବୋଲି ସେ କହିଛନ୍ତି।