You are currently viewing ବଜ୍ରାଘାତରେ ମନ୍ଦିରର କ୍ଷୟକ୍ଷତି, ୬ ଆହତ

ବଜ୍ରାଘାତରେ ମନ୍ଦିରର କ୍ଷୟକ୍ଷତି, ୬ ଆହତ

  • Post category:ଓଡିଶା
  • Reading time:1 mins read

ଟାଙ୍ଗୀ, ଖୋର୍ଦ୍ଧା ଜିଲ୍ଲା ଭୁଷଣ୍ଡପୁର ମାଳିସାହିରେ ଥିବା କୁମୁଦେଶ୍ୱର ମନ୍ଦିର ଉପରେ ପଡ଼ିଛି ବଜ୍ର ଚଡ଼କ । ଆଜି ଅପରାହ୍ନ ସମୟରେ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି । ବଜ୍ରାଘାତ ଫଳରେ ମନ୍ଦିରର ଦଧିନଉତିଟି ଉଡ଼ିଯିବା ସାଙ୍ଗକୁ ମନ୍ଦିର ମଧ୍ୟ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।

ତା’ଛଡ଼ା ଆଖପାଖ ଅନେକଙ୍କ ଘରର ଇଲେକ୍ଟ୍ରି ଜିନିଷ ପୋଡ଼ିବା ସାଙ୍ଗକୁ, ଗ୍ରାମର ୬ ଜଣ ଆହତ ମଧ୍ୟ ହୋଇଛନ୍ତି । ଆହତମାନେ ଟାଙ୍ଗୀ ମେଡ଼ିକାଲରେ ଚିକିତ୍ସା ହେଉଥିବା ସୂଚନା ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।