ବଜ୍ରାଘାତରେ ୧ମୃତ, ୩ ଆହତ

ବଜ୍ରାଘାତରେ ଗଲା ଜୀବନ। ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ନୂଆଗଡ ପଞ୍ଚାୟତ ହରିପୁର ବରଗାଡିଆ ଗାଁରେ। ହରିପୁର ଗ୍ରାମର ବର ଗାଡିଆ ଗହୀରରେ ଚାଷୀ ମାନେ ଚାଷ କାମ କରୁଥିବା ବେଳେ ହଠାତ୍ ବର୍ଷା ସହ ବଜ୍ରାଘାତ ହୋଇଥିଲା। ଏହି ସମୟରେ ଏକ ଅଘଟଣ ଘଟିଥିଲା। ଏଥିରେ ହରିପୁର ଗ୍ରାମର ସନ୍ତୋଷ ବେହେରା (୨୯ ) ଘଟଣା ସ୍ଥଳରେ ପ୍ରାଣ ହରାଇଥିଲେ। ଅନ୍ୟ ୩ ଜଣ ଚାଷୀ ଆହତ ମଧ୍ୟ ହୋଇଛନ୍ତି।

୨ ଜଣ ଆହତଙ୍କୁ ଟାଙ୍ଗୀ ସରକାରୀ ମେଡିକାଲରେ ଭର୍ତି କରାଯାଇଛି । ଆହତ ମାନଙ୍କ ମଧ୍ୟରେ ଜଣେ ମହିଳା ଚାଷୀ ଥିଲେ। ମହିଳାଙ୍କୁ ସ୍ଥାନୀୟ ଏକ ଘରୋଇ ଡାକ୍ତର ଚିକିସ୍ଚା କରୁଥିବା ଜଣା ପଡିଛି। ଆହତ ମାନେ ହେଲେ ମାନସ ଜେନା, କେଦାର ବେହେରା। ମୃତକଙ୍କୁ ୧୦୮ ଆମ୍ବୁଲାନସ ଯୋଗେଁ ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ହସ୍ପିଟାଲ କୁ ପଠା ଯାଇଛି।

Leave A Reply

Your email address will not be published.