ବର୍ଷାରେ ବେହାଲ ରାଜ୍ୟର ଅନେକ ଅଞ୍ଚଳ

ଭୁବନେଶ୍ୱର, ଲଘୁଚାପ କାରଣରୁ ରାଜ୍ୟରେ ବର୍ଷା ଜାରି ରହିଛି। ଲଗାଣ ବର୍ଷା ହୋଇ ଅନେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି। କେନ୍ଦୁଝର ଜିଲ୍ଲାର ଗ୍ରାମାଞ୍ଚଳ ଗୁଡ଼ିକ ବନ୍ୟାପାଣି ପଶିବା ଫଳରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ଦୋକାନ ବଜାର ଓ ଘରେ ପାଣି ପଶିଯାଇଥିବା ରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସେପଟେ ସୋର ଅଞ୍ଚଳରେ ମଧ୍ୟ ବନ୍ୟାଜଳ ପଶି ଏକର ଏକର ଚାଷ ନଷ୍ଟ କରିଛି। ଗାଁରେ ପାଣି ପଶି ଲୋକଙ୍କ ଦୋକାନ ସାମଗ୍ରୀ ନଷ୍ଟ ହେବା ସହ ସମସ୍ତ ଆସବାବ ପତ୍ର ମଧ୍ୟ ନଷ୍ଟ ହୋଇଯାଇଛି। ଚଳିତ ବର୍ଷ କରୋନା ପାଇଁ ଲୋକଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାବେଳେ, ଏବେ ଏହି ବର୍ଷା ସାଧାରଣଲୋକ ର ମେରୁଦଣ୍ଡ ଭଙ୍ଗିଦେଇଛି।

Leave A Reply

Your email address will not be published.