You are currently viewing ବାଲିବାଉତୀ ଆଞ୍ଚଳିକ ଉଚ୍ଚବିଦ୍ୟାଳୟ ପକ୍ଷରୁ ବନମହୋତ୍ସବ ପାଳିତ

ବାଲିବାଉତୀ ଆଞ୍ଚଳିକ ଉଚ୍ଚବିଦ୍ୟାଳୟ ପକ୍ଷରୁ ବନମହୋତ୍ସବ ପାଳିତ

  • Post category:ଓଡିଶା
  • Reading time:1 mins read

(ଏଏନ୍ଏସ୍, ସର୍ବେଶ୍ୱର ବ୍ରହ୍ମା); ଢେ଼ଙ୍କାନାଳ ଜିଲ୍ଲା ସଦର ବ୍ଲକ ମଣ୍ଡପାଳ ଗ୍ରାମସ୍ଥିତ ମା ବାଲିବାଉତୀ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ବନମହୋତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ବିଦ୍ୟାଳୟ ପରିସରରେ ସମୁଦାୟ ୫୦ଟି ବୃକ୍ଷ ରୋପଣ କରାଯାଇଛି ।

କରୋନା ମହାମାରୀ ସମୟରେ ସରକାରଙ୍କର ସମସ୍ତ ଗାଇଡ଼ ଲାଇନକୁ ନଜରରେ ରଖି ଏହି ଉତ୍ସବ ପାଳିତ ହୋଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଣଜିତ ସାମଲ, ବିଦ୍ୟାଳୟ ପରିଚାଳନା ସମିତିର ସଦସ୍ୟ ସୁରେଶ ସାର୍, ସଭାପତି ଶ୍ରୀ ବସନ୍ତ କୁମାର ବ୍ରହ୍ମା, ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ କର୍ମଚାରୀମାନଙ୍କ ଉପସ୍ଥିତିରେ ସାମାଜିକ ଦୂରତ୍ୱ ରକ୍ଷା କରି ବୃକ୍ଷ ରୋପଣ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।