You are currently viewing ବାହାର ଜିଲ୍ଲାର ଲୋକଙ୍କୁ ସ୍ୱର୍ଗଦ୍ୱାରରେ ଶବସତ୍କାର ମନା

ବାହାର ଜିଲ୍ଲାର ଲୋକଙ୍କୁ ସ୍ୱର୍ଗଦ୍ୱାରରେ ଶବସତ୍କାର ମନା

  • Post category:ଓଡିଶା
  • Reading time:1 mins read

ପୁରୀ, କରୋନା ମହାମାରୀକୁ ଦୃଷ୍ଟିରେ ରଖି ପୁରୀ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲାର ଲୋକଙ୍କ ଶବସତ୍କାର ବାରଣ କରାଯାଇଛି। ଏ ନେଇ କଟକଣା ମଧ୍ୟ ଲାଗୁ ହୋଇଛି। ଯାହାର ଅବଧି ଅକ୍ଟୋବର ୩୧ ଯାଏ ବୃଦ୍ଧି କରାଯାଇଛି। କୋଭିଡ ନିୟମ ଅନୁସାରେ ପୁରୀ ଜିଲ୍ଲାବାସୀ ସ୍ଵର୍ଗଦ୍ୱାରଠାରେ ଶବଦାହ  ସହ ସମୁଦ୍ରରେ ଅସ୍ଥି ବିସର୍ଜନ କରିପାରିବେ। ଜିଲ୍ଲା ମଧ୍ୟକୁ ଆସୁଥିବା ବାହାର ଜିଲ୍ଲା ଓ ରାଜ୍ୟର ଶବାଧାର ଉପରେ ନଜର ରଖିବାକୁ ସଂପୃକ୍ତ ତହସିଲଦାର ଓ ଆଇଆଇସି ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।