You are currently viewing ବିଚ୍ ରାସ୍ତାରେ ଗୋଡ଼େଇ ଗୋଡ଼େଇ ମିଠା ଦୋକାନୀଙ୍କୁ ହାଣିଲେ

ବିଚ୍ ରାସ୍ତାରେ ଗୋଡ଼େଇ ଗୋଡ଼େଇ ମିଠା ଦୋକାନୀଙ୍କୁ ହାଣିଲେ

ଭୁବନେଶ୍ୱର, ରାଜଧାନୀ ଭୁବନେଶ୍ୱରର ସାମନ୍ତରାପୁରଠାରେ ଜଣେ ମିଠା ଦୋକାନୀକୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯାଇଛି । ବ୍ୟାବସାୟିକ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି । ହତ୍ୟା ପ୍ରତିବାଦରେ ସ୍ଥାନୀୟ ଲୋକେ ସାମନ୍ତରାପୁରରୁ ପୁରୀ ଯାଉଥିବା ରାସ୍ତାକୁ ଅବରୋଧ କରିଛନ୍ତି । ଲିଙ୍ଗରାଜ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଛି । ତେବେ ପର୍ଯ୍ୟନ୍ତ ପ୍ରକୃତ କାରଣ ଜଣାପଡିନାହିଁ।

ଅନ୍ୟମାନଙ୍କୁ ଜଣାନ୍ତୁ।