You are currently viewing ବିନା ଭକ୍ତରେ କଟକ ପାଳିବ ଦୁର୍ଗାପୂଜା

ବିନା ଭକ୍ତରେ କଟକ ପାଳିବ ଦୁର୍ଗାପୂଜା

କଟକ, ଚଳିତ ବର୍ଷ କଟକ ସହରରେ ଦୁର୍ଗା ପୂଜାକୁ ମିଳିଲା ଅନୁମତି। ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ। ତେବେ ବିନା ଭକ୍ତରେ ସହରର ସମସ୍ତ ଦୁର୍ଗା ମଣ୍ଡପରେ ପୂଜା ପାଇବେ ମା ଦୁର୍ଗତି ନାସିନି। ସାର୍ବଜନୀନ ପୂଜା ହୋଇପାରିବ ନାହିଁ ବୋଲି କହିଛନ୍ତି ଜିଲ୍ଲାପାଳ। ଯଦି କେହି ଚାହିଁବେ ତେବେ ବ୍ୟକ୍ତିଗତ ଭାବରେ ପୂଜା କରିପାରିବେ। କିନ୍ତୁ ସମସ୍ତ କରୋନା କଟକଣା ଓ ସାମାଜିକ ଦୂରତ୍ବ ରକ୍ଷା କରି ପୂଜା କାର୍ଯ୍ୟ କରିବାକୁ ଅନୁମତି ଦେଇଛନ୍ତି କଟକ ଜିଲ୍ଲାପାଳ। ସୂଚନା ଥାଉକି, ବାଲୁ ବଜାର ପୂଜା କମିଟି ପକ୍ଷରୁ ପୂଜାକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଥିଲା।

ଅନ୍ୟମାନଙ୍କୁ ଜଣାନ୍ତୁ।