ବିରଳ ପ୍ରଜାତିର କଇଁଛ ଉଦ୍ଧାର

ଭଦ୍ରକ, ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବେନ୍ତାଳପୁର ଗାଁରେ ଜଣେ ଚାଷୀ ବିଲରେ ହଳ କରୁଥିବା ସମୟରେ ଏକ ବିରଳ ପ୍ରଜାତିର କଇଁଛକୁ ଦେଖିଥିଲେ । କାଦୁଅ ଭିତରେ ପ୍ରଥମେ କଇଁଛକୁ ଦେଖି ସାପ ବୋଲି ଭାବି ପଳେଇ ଯାଉଥିଲେ। କିନ୍ତୁ ପରେ ସେ କଇଁଛ ବୋଲି ଜାଣିପାରି, ତାକୁ ଧରି ଘରକୁ ନେଇଥିଲେ। ଭଗବାନଙ୍କ ପ୍ରତୀକ ଭାବି ଘରେ ତାର ପୂଜା କରିଥିଲେ। ପରେ ପରେ ବନ ବିଭାଗକୁ ଖବର ଦେଇଥିଲେ।

ଖବର ପାଇ ବନ ବିଭାଗ ଚାଷୀଙ୍କ ଘରେ ପହଞ୍ଚି କଇଁଛ ଟିକୁ ଉଦ୍ଧାର କରିଥିଲା। ଏଭଳି କଇଁଛ ମଧୁର ପାଣିରେ ଦେଖାଯାନ୍ତି ବୋଲି କହିଥିଲେ ଫରେଷ୍ଟର। ବନ୍ୟାରେ ଏହି କଇଁଛ ଆସିଥିବା ଅନୁମାନ କରାଯାଇଛି । ଏହି ବିରଳ କଇଁଛକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ ଜମିଛି ।

Leave A Reply

Your email address will not be published.