ମଦ ଦରରେ ଲାଗୁ ହୋଇଥିବା କୋଭିଡ୍ କରକୁ ସରକାର କୋହଳ କରିଛନ୍ତି। ଏଣିକି ୫୦ ପ୍ରତିଶତ ବଦଳରେ ୧୫ ପ୍ରତିଶତ କୋଭିଡ୍ କର ଯୁକ୍ତ ହୋଇ ମଦ ବିକ୍ରି କରାଯିବ ବୋଲି ସରକାର ଘୋଷଣା କରିଛନ୍ତି। ଫଳରେ ମଦ ଦର କମି ଯିବ ବୋଲି ଗ୍ରାହକ ଖୁସି ହୋଇଯାଇଥିଲେ। ଏଥିପାଇଁ ସହରର ପ୍ରତ୍ୟେକ ମଦ କାଉଣ୍ଟରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା।