ଛତିଶଗଡ, ଛତିଶଗଡ଼ ଛେରିଖେଡ଼ିରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଥିଲା। ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କର ମୃତ୍ୟୁ ଘଟିଥିଲା। ଓଡ଼ିଶାରୁ ଶ୍ରମିକ ନେଇ ଗୁଜରାଟକୁ ଯାଉଥିଲା ଦୁର୍ଘଟଣାଗ୍ରସ୍ଥ ହୋଇଥିବା ବସ୍। ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ମୃତକଙ୍କ ପରିବାର ପ୍ରତି ଅନୁକମ୍ପା ରାଶି ମଧ୍ୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରତି ମୃତକଙ୍କ ପରିବାରକୁ ୨ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ମିଳିବ । ଆହତଙ୍କ ଆଶୁଆରୋଗ୍ୟ ସେ କାମନା କରିଛନ୍ତି ।
