You are currently viewing ମୋ ବସ୍‌ରେ ରାଜ୍ୟ ସରକାରଙ୍କ କୋରନା ନିୟମକୁ ଫୁ

ମୋ ବସ୍‌ରେ ରାଜ୍ୟ ସରକାରଙ୍କ କୋରନା ନିୟମକୁ ଫୁ

  • Post category:ଓଡିଶା
  • Reading time:1 mins read

ସାରା ବିଶ୍ୱରେ କରୋନା ମହାମାରି ନିଜ କବଳରେ କବଳିତ କରି ଦିନକୁ ଦିନ ଆମ ରାଜ୍ୟରେ ଗୋଟେ ପରେ ଗୋଟେ ଜୀବନ ନେଇ ଚାଲିଛି । ଏପଟେ କରୋନା ପାଇଁ ରାଜ୍ୟ ସରକାର ମହାମାରି କରୋନାକୁ ବିନାଶ କରିବା ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବା ସହ ଯେଉଁ ଜିଲ୍ଲା ମାନଙ୍କରେ କରୋନାର ପ୍ରାଦୁର୍ଭାବ ଅତ୍ୟଧିକ ସେହି ଜିଲ୍ଲା ମାନଙ୍କୁ ପ୍ରତ୍ୟେକ ମାସର ଶନିବାର ଓ ରବିବାର ଲକ୍‌ଡାଉନ୍ ସହ ସଟ୍‌ଡାଉନ୍ ମଧ୍ୟ କରାଯାଇଛି ।

କିନ୍ତୁ ବିଡ଼ମ୍ବନାର ବିଷୟ ଯେ, ଖୋର୍ଦ୍ଧାଜିଲ୍ଲାର ଭୁବନେଶ୍ୱରରେ ରାଜ୍ୟ ସରକାରଙ୍କ ମୋ ବସ୍ ସେବାରେ କରୋନା ସଚେତନତା ସମ୍ପର୍କିତ କୌଣସି କାର୍ଯ୍ୟ କରାଯାଉନଥିବା ଦେଖିବା ପାଇଁ ମିଳିଛି , ଯେମିତିକି ଥର୍ମାଲ୍ ଟେଷ୍ଟିଙ୍ଗ୍ କରାଯାଉ ନାହିଁ କିମ୍ବା ବସ୍ ଭିତରେ ସାନିଟାଇଜେସନ୍ କରାଯାଉ ନାହିଁ ।

କିନ୍ତୁ ସରକାର କରୋନା ସଚେତନତା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ତେବେ ମୋ ବସ୍ ରେ କରୋନା ପାଇଁ କୌଣସି ସତର୍କତା ନିୟମ ଲାଗୁ କରାଯାଇଛି କି ନାହିଁ ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।