You are currently viewing ଯାଜପୁର ରୋଡ ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ବିପର୍ଯ୍ଯସ୍ତ; ଅପରାଧିଙ୍କ କବ୍ଜାରେ ପୋଲିସ!

ଯାଜପୁର ରୋଡ ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ବିପର୍ଯ୍ଯସ୍ତ; ଅପରାଧିଙ୍କ କବ୍ଜାରେ ପୋଲିସ!

ଯାଜପୁର; ଯାଜପୁର ରୋଡ ଥାନା ଅଞ୍ଚଳ ରେ ଆଇନ ଶୃଙ୍ଖଳା ଦିନକୁ ଦିନ ବିପର୍ଯ୍ଯସ୍ତ ହେବାରେ ଲାଗିଛି। କିଛି ଦିନ ତଳେ ରାଛିପୁର ଛକ ଠାରେ ଶିକ୍ଷୟତ୍ରୀଙ୍କୁ ଅପରାଧି ଦିନ ଦିପ୍ରହରରେ ହାଣିବା ଓ ଖଣ୍ଡାହତା ଗ୍ରାମରେ ପୋଲିସ୍ କୁ ଅପରାଧି ବାଡେଇବା ଓ ପୋଲିସ ଗାଡି ଭାଙ୍ଗିବା ଏହାର ସଦ୍ୟତମ ଉଦାହରଣ। ଯାଜପୁର ରୋଡ ପୋଲିସ ଓ ଦାନଗଦି ଫାଣ୍ଡି କେବଳ ଜନସାଧାରଣଙ୍କ ଠାରୁ ମାସ୍କ ଓ ହେଲମେଟ ଚେକିଂରେ ବ୍ୟସ୍ତ ରହି ଫାଇନ ଆଦାୟ କରୁଛି। ଅଭ୍ୟାସଗତ ଅପରାଧି ଅପରାଧ ଘଟାଇଲେ ମଧ୍ୟ ଗିରଫ କରୁନାହିଁ। ଗତ ୧୮ ତାରିଖ ଦିନ ଯାଜପୁର ରୋଡ କୋର୍ଟର ଓକିଲ ସୁଭେନ୍ଦୁ ଦାଶଙ୍କୁ ଦିନ ଦିପ୍ରହରରେ ବିଚ ରାସ୍ତା ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା।

ଏଥିରେ ତାଙ୍କର ଶରୀରରେ ଆଘାତ ସହ ସେ ବ୍ୟବହାର କରୁଥିବା ସ୍ପେଲଣ୍ଡର ଗାଡି କୁ ଅପରାଧୀ ସୋନୁ @ ବିଶ୍ବଜିତ ମହାକୁଡ ଓ ସାଥି ଅପରାଧି ମାନେ ବାଡେଇକି ଭାଙ୍ଗି ଦେଇଥିଲେ। ଦିନଦ୍ବିପ୍ରହରରେ ସମସ୍ତଙ୍କ ସାମନାରେ ଓକିଲଙ୍କ ଘରେ ପଶି ତାଙ୍କ ନାବାଳିକା ଝିଅକୁ ଅପହରଣର ଧମକ ଓ ମଡର କରିଦେବାକୁ ଧମକ ମଧ୍ୟ ଦେଇଥିଲେ। ପୁର୍ବରୁ ମଧ୍ୟ ସୋନୁ ମହାକୁଡ ଓ ସାଥି ଅପରାଧି ମାନେ ଲାଇସେନ୍ସ ବିହିନ ବନ୍ଧୁକ ଆଣି ସମସ୍ତଙ୍କ ସାମନାରେ ଓକିଲ ଶୁଭେନ୍ଦୁ ଦାସ ଓ ତାଙ୍କ ପରିବାରକୁ ଧମକ ଦେଇଥିଲେ। ୧୮ ତାରିଖ ଘଟଣା ଦିନ ଓକିଲ ଶୁଭେନ୍ଦୁ ଦାସ ଅଭିଯୋଗ କରିବାକୁ ଯାଜପୁର ରୋଡ ଥାନା ଅନ୍ତର୍ଗତ ଦାନଗଦି ଫାଣ୍ଡିକୁ ଯାଇଥିଲା ବେଳେ ସୋନୁ ମହାକୁଡ ଦାନଗଦି ଫାଣ୍ଡି ଅଫିସର ଗୋବର୍ଧନ ନାଏକ ଙ୍କ ସାମନାରେ ଫାଣ୍ଡି ଭିତରେ ଶୁଭେନ୍ଦୁ ଦାସ ଓକିଲ ଓ ସାଥି ଓକିଲମାନଙ୍କୁ ଜେଲରୁ ବାହାରିଲେ ଜିବନରୁ ମାରି ଦେବାକୁ ଧମକ ଦେଇଥିଲା। ଫାଣ୍ଡି ଭିତରେ ଅଶ୍ରାବ୍ୟ ଭାଷାରେ ସୋନୁ ମହାକୁଡ ଗାଳି କରୁଥିଲେ ମଧ୍ୟ ଫାଣ୍ଡି ଅଫିସର ଗୋବର୍ଧନ ନାଏକ ନିରବଦ୍ରଷ୍ଟା ସାଜି ସବୁ ଦେଖୁଥିଲେ। ଏଇଥିରୁ ଜଣାପଡେ ଅପରାଧିକୁ ପୋଲିସର କେତେ ଭୟ। ସୋନୁ ମହାକୁଡ ଓ ସାଥି ଅପରାଧି ମାନେ କଳିଙ୍ଗ ନଗର ଶିଳ୍ପାଅଞ୍ଚଳ ର ଆଖପାଖ ଏରିଆରେ ଠିକାଦାର ମାନଙ୍କ ଠାରୁ ଚାନ୍ଦା ଆଦାୟ ଓ ପାଖରେ ରଖିଥିବା ବେଆଇନ ବନ୍ଧୁକ ଜରିଆରେ ଜନସାଧାରଣଙ୍କୁ ଭୟଭିତ କରି ରଖିଛି।

ଏ ବିଷୟରେ ଦାନଗଦି ଫାଣ୍ଡି ଅଫିସର ଗୋବର୍ଧନ ନାଏକ ଓ ଯାଜପୁର ରୋଡ ଥାନା ଅଧିକାରୀ ଅନିଲ କୁମାର ମାହାନ୍ତି ସବୁଜାଣିଶୁଣି ମଧ୍ୟ ଅପରାଧି ବିରୋଧରେ କୌଣସି ଆଇନଗତ ଦଣ୍ଡବିଧାନ କରି ନାହାନ୍ତି। ଏ ଘଟଣାରେ ଯାଜପୁର ରୋଡ କୋର୍ଟ ରେ ଓକିଲମାନଙ୍କ ପ୍ରେସ କନଫରେନ୍ସ କରାଯାଇଥିଲା। ଯାଜପୁର ରୋଡ ଥାନା ଅଧିକାରୀ ,ଦାନଗଦି ଫାଣ୍ଡି ଅଫିସର ଙ୍କ ଅପରାଧିଙ୍କ ସହିତ ସଲାସୁତୁରା ଓ ଅପରାଧୀ ସୋନୁ ମହାକୁଡ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଓକିଲ ସଂଘ ଓଡିଶା ପୋଲିସ ଡିଜି, ଯାଜପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ,ଯାଜପୁର ଜିଲ୍ଲାପାଳ,ହାଇକୋର୍ଟ ବାର କାଉନସିଲ କୁ ଅଭିଯୋଗ ପତ୍ର ମାଧ୍ୟମରେ ଅବଗତ କରାଯାଇଛି। ଯଦି ଆଗାମି ଦିନରେ ଅପରାଧି ବିରୋଧରେ କୌଣସି କଠୋର ଦଣ୍ଡବିଧାନ ପୋଲିସ ଗ୍ରହଣ ନକରେ ଓକିଲସଂଘ ପରବର୍ତ୍ତୀ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।