ଭୁବନେଶ୍ୱର, ଲକଡାଉନ ସମୟରେ ଭୁବନେଶ୍ୱରରେ ଚୋରି ଓ ଡକାୟତି ବୃଦ୍ଧି ପାଉଥିବାବେଳେ କମିଶନରେଟ ପୋଲିସକୁ ମିଳିଛି ବଡ଼ ସଫଳତା। ଏହି ଚୋରମାନେ ଲୋକଙ୍କ ଠାରୁ ସହଜରେ ଖସିଯିବା ପାଇଁ ଦେହରେ ତେଲ ଲଗାଉଥିଲେ। ଧରା ପଡିଥିବା ଚୋର ମାନଙ୍କ ଠାରୁ ନଅଟି ମୋଟର ସାଇକେଲ ,ତେଇଶଟି ଲାପଟପ ,ସତୁରିଟି ମୋବାଇଲ ଫୋନ ସହ ଆଠ ଜଣକୁ ଗିରଫ କରାଯାଇଛି। ଅନ୍ୟ ମାନଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି ଡିସିପି ଉମାସଙ୍କର ଦାସ କହିଛନ୍ତି ।
