You are currently viewing ରାଜଧାନୀରେ ପୁଣିଥରେ ଗଡିଲା ମୋ ବସ୍

ରାଜଧାନୀରେ ପୁଣିଥରେ ଗଡିଲା ମୋ ବସ୍

  • Post category:ଓଡିଶା
  • Reading time:1 mins read

ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି । ତେଣୁ ସବୁ ସ୍ଥିତିକୁ ଦୃଷ୍ଟିରେ ରଖି ମୋ ବସ୍ ସେବା ବନ୍ଦ ରଖାଯାଇଥିଲା । କିନ୍ତୁ ଆଜିଠୁ ୮ଟି ରୁଟରେ ମୋ ବସ୍ ଚାଲୁଛି । ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏଁ ନନ୍ ଏସି ବସ୍ ଚାଲିବାର ବ୍ୟବସ୍ଥା ଥିଲାବେଳେ, ୧୧, ୧୬,୧୮, ୨୦, ୨୩,୨୫,୨୭ ଓ ୩୩ ନମ୍ବର ରୁଟରେ ଗଡ଼ିବ ବୋଲି ସୂଚନା ମିଳିଛି ।

ଏହାସହ ମାସ୍କ ନପିନ୍ଧିଲେ ବସ୍ ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ । କୋଭିଡ଼ କଟକଣାକୁ କଡାକଡି କରାଯିବ। ଅଗଷ୍ଟ ମାସର ୱିକେଣ୍ଡସରେ ମୋ ବସ୍ ସେବା ବନ୍ଦ ରହିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।