You are currently viewing ରାଜ୍ୟରେ ଜାରୀ ହେଲା ଅନଲକ ୪ ଗାଇଡ ଲାଇନ

ରାଜ୍ୟରେ ଜାରୀ ହେଲା ଅନଲକ ୪ ଗାଇଡ ଲାଇନ

ଭୁବନେଶ୍ୱର, ଅନଲକ ୪ ଓ ସେପ୍ଟେମ୍ବର ମାସ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡ଼ ଲାଇନ ଜାରି କରାଯାଇଛି । ଅବରୋଧ ଅଞ୍ଚଳରେ ସେପ୍ଟେମ୍ବର ୩୦ ଯାଏଁ ଲକଡାଉନ ରହିବ । ଅବରୋଧ ଅଞ୍ଚଳରେ ଜରୁରୀ ସେବା ପାଇଁ ଅନୁମତି ଦିଆଯାଇଛି । ସେପ୍ଟେମ୍ବର ୩୦ ଯାଏଁ ଧର୍ମାନୁଷ୍ଠାନ, ସିନେମା ହଲ, ସୁଇମିଂ ପୁଲ, ଥିଏଟର, ଅଡ଼ିଟୋରିୟମ ସବୁ ବନ୍ଦ ରହିବ । ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିବ । ସେପ୍ଟେମ୍ବର ୨୧ ପରେ ଓପନ ଏୟାର ଥିଏଟର ଖୋଲିବ । ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ , ପୂଜା ଛୁଟି ଯାଏଁ ବନ୍ଦ ରହିବ । କିନ୍ତୁ ପରୀକ୍ଷା, ମୂଲ୍ୟାଙ୍କନ ଓ ଅନ୍ୟ ପ୍ରଶାସନିକ କାର୍ଯ୍ୟକଳାପ ଜାରି ରହିବ । ସାମାଜିକ, ରାଜନୈତିକ, କ୍ରୀଡ଼ା, ମନୋରଞ୍ଜନ, ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିବ । ବିବାହ ଉତ୍ସବରେ ୫୦ ଓ ଅନ୍ତିମ ସଂସ୍କାରରେ ୨୦ଜଣ ସାମିଲକୁ ଅନୁମତି ମିଳିଛି । ରାଜ୍ୟ ଭିତରେ ଓ ଅନ୍ୟ ରାଜ୍ୟକୁ ଯାତାୟାତରେ ପ୍ରତିବନ୍ଧକ ନାହିଁ । ଆସନ୍ତାକାଲିଠାରୁ ପାସେଞ୍ଜର ବସ ଚାଲିବ । ୬୫ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା ଘରେ ରହିବାକୁ ପରାମର୍ଶ ଦିଆଯାଇଛି । କିନ୍ତୁ ଗାଇଡ଼ଲାଇନରେ ରାତ୍ରୀ କାଳିନ କର୍ଫ୍ୟୁ ଉପରେ କୌଣସି ସୂଚନା ଦିଆଯାଇ ନାହିଁ । ଶନିବାର ଓ ରବିବାର ଖୋଲା ରହିବ ଦୋକାନ ବଜାର।

ଅନ୍ୟମାନଙ୍କୁ ଜଣାନ୍ତୁ।