ରାଜ୍ୟରେ କରୋନା ମହାମାରୀ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବୃଦ୍ଧି ପାଉଛି । ଆଜି ରାଜ୍ୟରେ ୫୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୪ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ଖୋର୍ଦ୍ଧାରୁ ୨, ଗଞ୍ଜାମ ଓ କଟକରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହେି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭୪କୁ ବୃଦ୍ଧି ପାଇଛି । ତେବେ କଟକରେ ଜଣେ ୭୧ ବର୍ଷୀୟ ବୃଦ୍ଧଙ୍କର କରୋନାରେ ମୃତ୍ୟୁ ହୋଇଛି । ସେ କ୍ୟାନ୍ସରରେ ପୀଡିତ ଥିବା ଜଣାପଡିଛି । ସେହିପରି ଖୋର୍ଦ୍ଧାରେ ଜଣେ ୪୦ ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟିଛି । ଭୁବନେଶ୍ୱରରେ ୭୧ ବର୍ଷୀୟ ଜଣେ ବୃଦ୍ଧଙ୍କର କରୋନା ଜନିତ ମୃତ୍ୟୁ ଘଟିଛି । ସେ ରକ୍ତଚାପର ଶିକାର ହୋଇଥିଲେ । ଅନ୍ୟପଟେ ଗଞ୍ଜାମରେ ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କର କରୋନାରେ ମୃତ୍ୟୁ ହୋଇଛି । ସେ ଉଭୟ ହାର୍ଟ ଓ ମଧୁମେହ ରୋଗରେ ପୀଡିତ ଥିଲେ ।
ଶୁକ୍ରବାର ପରିବର୍ତ୍ତେ ଗୁରୁବାର ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ ପାଇଁ ଛୁଟି ଘୋଷଣାଏସୀୟ କ୍ରୀଡା: ଭାରତକୁ ଆଉ ଏକ ବ୍ରୋଞ୍ଜଆଜି ୪ଟା ଯାଏଁ ଗୃହ ମୁଲତବିକାନାଡ଼ା ପ୍ରତିରକ୍ଷା ମନ୍ତ୍ରୀଙ୍କ ବିବୃତ୍ତି, ଭାରତ ସହ ସମ୍ପର୍କ ଗୁରୁତ୍ଵପୂର୍ଣ୍ଣଘଡ଼ଘଡ଼ି ସହ ବର୍ଷା ନେଇ ୧୭ ଜିଲ୍ଲାକୁ ୟେଲୋ ଓ୍ବାର୍ନିଂଆଜିଠୁ ପୁଣି ଯାଞ୍ଚ ହେବ ଉତ୍କଳ ବିଶ୍ୱବିଦ୍ୟାଳୟର ନାକ୍ ମାନ୍ୟତାମୁଖ୍ୟମନ୍ତ୍ରୀଙ୍କ ବିବୃତି: ହେଲିକପ୍ଟର ବାବଦକୁ ସରକାର ଖର୍ଚ୍ଚ କରିଛନ୍ତି ୪୦ କୋଟିଅବପାତର ରୂପ ନେବ ଲଘୁଚାପ, ୨୪ ଘଣ୍ଟାରେ ଘଡ଼ଘଡ଼ି ସହ ବର୍ଷାଏସୀୟ କ୍ରୀଡ଼ାରେ ବନ୍ଧୁକ ଚାଳନା ପ୍ରତିଯୋଗିତା; ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକଖୁଦୁରୁକୁଣୀ ଓଷାକୁ କେନ୍ଦ୍ର କରି ବୋମାମାଡ: ୩ ଗୁରୁତର