ଲଘୁଚାପ ପ୍ରଭାବରେ ରାଜ୍ୟରେ ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର, ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଫଳରେ ରାଜ୍ୟରେ ଅନେକ ସ୍ଥାନରେ ବର୍ଷା ସହ ଘଡ଼ଘଡ଼ି ଲାଗି ରହିଛି। ଏହି ସମୟରେ ବାହାରକୁ ଯିବା ପାଇଁ ବାରଣ କରାଯାଇଛି।  ୧୪ ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିବ । ସେହି ୧୪ ଜିଲ୍ଲା ମଧ୍ୟରେ ସାମିଲ ରହିଛି- ଭଦ୍ରକ, ବାଲେଶ୍ୱର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଖୋର୍ଦ୍ଧା, ପୁରୀ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼ ଓ ବରଗଡ଼ । ମତ୍ସଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ମଧ୍ୟ ବାରଣ କରାଯାଇଛି।

Leave A Reply

Your email address will not be published.