You are currently viewing ଲଘୁଚାପ ବର୍ଷା ଯୋଗୁଁ ଦକ୍ଷିଣ ଓଡିଶାରେ ସମ୍ଭାବ୍ୟ ବନ୍ୟାର ମୁକାବିଲା ନେଇ ଜଳ ସପଦ ବିଭାଗ ପମୁଖ ଶାସନ ସଚିଵଙ୍କ ସମୀଖ୍ୟା ଵୈଠକ

ଲଘୁଚାପ ବର୍ଷା ଯୋଗୁଁ ଦକ୍ଷିଣ ଓଡିଶାରେ ସମ୍ଭାବ୍ୟ ବନ୍ୟାର ମୁକାବିଲା ନେଇ ଜଳ ସପଦ ବିଭାଗ ପମୁଖ ଶାସନ ସଚିଵଙ୍କ ସମୀଖ୍ୟା ଵୈଠକ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର, ଭାରତୀୟ ପାଣିପାଗ ବିଭାଗ ଆକଳନ ଅନୁଯାୟୀ ରାଜ୍ୟ ରେ ୧୨ରୁ ୧୫ ତାରିଖ ମଧ୍ୟରେ ବିଶେଷ କରି ଆନ୍ଧ୍ର ଉପକୂଳ , ଓଡିଶା ଓ ଛତିଶଗଡ଼ ଅଞ୍ଚଳରେ ଲଘୁଚାପ ଯୋଗୁ଼ ଅଧିକରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଏଥି ଯୋଗୁ ଦକ୍ଷୀଣ ଓଡି଼ଶାରେ ଯେପରି ବନ୍ୟା ନହେଵ , ସେଥିପ୍ରତି ଦୃଷ୍ଟି ଦେଇ ଦକ୍ଷୀଣ ଓଡି଼ଶାର ବିଭିନ୍ନ ଜିଲ୍ଲା ଗୁଡି଼କରେ ଥିବା ଜଳଭଣ୍ଡାର ଗୁଡି଼କରେ ଜଳପତ୍ତନକୁ ନିୟନ୍ତ୍ରଣ ରଖିବା ପାଇ ସର୍କତା ଅବଲମ୍ବନ ପୂର୍ବକ କାର୍ଯ୍ୟ କରିବାକୁ ରାଜ୍ୟ ଜଳସପଦ ବିଭାଗ ପ୍ରମୁଖ ଶାସନ ସଚିଵ ଶ୍ରୀମତି ଅନୁଗର୍ଗ ବିଭାଗୀୟ କାର୍ଯ୍ୟାଳୟ ଠାରେ ଗତକାଲି ଅନୁଷ୍ଠିତ ଏକ ବୈଠକ ରେ ବିଭାଗୀୟ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରି ଯନ୍ତ୍ରୀ ଓ ଅଧିକାରୀ ମାନ କୁ ଆଵଶ୍ୟକ ନିର୍ଦେଶ ଦେଇଛନ୍ତି । ଲଘୁଚାପ ଜନିତ ବର୍ଷାରେ ଦକ୍ଷିଣ ଓଡି଼ଶା ର ନବରଙ୍ଗପୁର ଜିଲ୍ଲା ର ଅପର ଇନ୍ଦାବତୀ, କୋରାପୁଟ ଜିଲ୍ଲାର ଅପର କୋଲାବ , ମାଲକାନଗିରି ଜିଲ୍ଲାର ବାଲିମେଳା ଜଳଭନ୍ଡାର ଗୁଡିକରେ ଜଳପତ୍ତନ ବୃଦ୍ଧି ପାଇବାର ସମ୍ଭାଵନା ରହିଛି। ଲଘୁଚାପ ଯୋଗୁ ଦକ୍ଷିଣ ଓଡିଶାର କଳାହାନ୍ଡି ,କୋରାପୁଟ , ମାଲକାନଗିରି, ନଵରଙ୍ଗପୁର ,ରାୟଗଡା, ଗଞାମ ଓ ଗଜପତି ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନା ରହିଛି । ପରିସ୍ଥିତିକୁ ଦ୍ରୁଷ୍ଟିରେ ରଖି ଅଭିଞତା ସପନ୍ନ ଯନ୍ତ୍ରୀ ଓ ଅଧିକାରୀ ମାନଙ୍କୁ ସେହିସବୁ ଅନ୍ଚଳକୁ ପଠାଯାଇଛି । ସପ୍ରୁକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି ଜଳସପଦ ଵିଭାଗର କଣ୍ର୍ଟୋଲ ରୁମ୍ ୨୪ ଘଣ୍ଟିଆ ଖୋଲାଯାଇ ସ୍ଥିତି ନିୟନ୍ତ୍ରଣ କରାଯିଵ ଵୋଲି ବିଭାଗୀୟ ଶାସନ ସଚିଵ ଶ୍ରୀମତି ଅନୁଗର୍ଗ କହିଛନ୍ତି । ସୂଚନା ଯୋଗ୍ୟ ଯେ ଏବେ ଅପର ଇନ୍ଦାବତୀ ଜଳ ଭଣ୍ଡାରର ର ୬୪.00% ଅପର କୋଲାଵରେ ୩୫.୭0% ବାଲିମେଳା ଜଳଭନ୍ଡାର ରେ ୬୬.୬0% ଜଳ ପୂନ୍ଣ ରହିଛି । ଅପର ଇନ୍ଦାବତୀ ଜଳଭନ୍ଡାର ରେ ଜଳ ଧାରଣ କ୍ଷମତା ୬୪୨ ଥିବାବେଳେ ଏବେ ଏଥିରେ ଜଳ ୬୩୭.୨ ମିଟର ରହିଛି । ଅପର କୋଲାଵରେ ଜଳ ଧାରଣ କ୍ଷମତା ୮୫୮.00ଥିବାବେଳେ ଏବେ ଏହାର ଜଳ ପତନ ୮୫0.୭୬ମିଟର ରହିଛି । ସେହିପରି ବାଲିମେଳା ଜଳଭନ୍ଡାର ଜଳ ଧାରଣ କ୍ଷମତା ୧୫୧୬.00 ଥିବାବେଳେ ଏବେ ଏହାର ଜଳ ପତନ ୧୪୯୭.୬ ମିଟର ରହିଛି । ଅନୁଷ୍ଠିତ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ବିଭାଗୀୟ ଶାସନ ସଚିବ ଅଚ୍ଚନା ପଟ୍ଟନାୟକ, ସର୍ବୋଚ୍ଚ ଯନ୍ତ୍ରୀ ,ଇ ଯୋର୍ତୀମୟୀରଥଙ୍କ ବିଭାଗୀୟ ଅନ୍ୟ ଯନ୍ତ୍ରୀ ଓ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।