ଶିକ୍ଷୟତ୍ରୀ ହତ୍ୟାକାଣ୍ଡରେ ଅଭିଯୁକ୍ତ ସ୍ବାମୀ ଗିରଫ

(ଏଏନଏସ, ଉମେଶ ସାହୁ); ଯାଜପୁର ଜିଲ୍ଲା ଯାଜପୁର ରୋଡ ଥାନା ଅନ୍ତର୍ଗତ ରଛି ପୁର ଛକ ନିକଟରେ ଶିକ୍ଷୟତ୍ରୀ ଯୋଗୋମୟା ଜେନା ହତ୍ୟା କାଣ୍ଡର ଅଭିଯୁକ୍ତ ସ୍ବାମୀକୁ ୨୪ଘଣ୍ଟା ନପୁରୁନୁ ଧରିବାରେ ସକ୍ଷମ ହୋଇଛି ଯାଜପୁର ରୋଡ ପୋଲିସ। ଅଭିଯୁକ୍ତ ସ୍ବାମୀ ସୌମ୍ୟ ପ୍ରକାଶ ମାଲିକକୁ ଗିରଫ କରିବା ସଙ୍ଗେ ସଙ୍ଗେ ତା ଠାରୁ ଧାରୁଆ ଅସ୍ତ୍ର ଏବଂ ଗୋଟେ ବାଇକ୍ ଜବତ କରିଛି ପୋଲିସ୍। ୬ ବର୍ଷ ତଳେ ଉଭୟ ପ୍ରେମ ବିବାହ କରିଥିଲେ।କିନ୍ତୁ ପାରିବାରିକ କଳହରୁ ଉଭୟ ମଧ୍ୟରେ ମନମାଳିନ ହୋଇଥିଲା। ୨ ବର୍ଷ ତଳେ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା।

କୌଣସି କାରଣରୁ ତାଙ୍କ ଭିତରେ ପୁନର୍ବାର ତିକ୍ତତା ହେବାରୁ ଗତ ୯ ତାରିଖ ଦିନ ଯୋଗୋମୟା ସ୍କୁଲରୁ ଅନ୍ୟ ଜଣେ ଶିକ୍ଷକଙ୍କ ସାଥୀରେ ଫେରିବା ବାଟରେ ରଛିପୂର ଛକରେ ସ୍ବାମୀ ତାକୁ ଅତି ନିର୍ମମ ଭାବେ ଗୋଡ଼େଇ ଗୋଡ଼େଇ ହତ୍ୟା କରିଥିଲା। ଆଜି ଯାଜପୁର ରୋଡ ପୋଲିସ ଆସାମୀକୁ ଧରି କୋର୍ଟ ଚାଲାଣ କରିଛି। ଏହି ହତ୍ୟା କାଣ୍ଡରେ ଆଉ କେହି ସଂପୃକ୍ତି ରହି ଥିବାର ସନ୍ଦେହ କରି ପୋଲିସ ତଦନ୍ତ କରୁଛି।

Leave A Reply

Your email address will not be published.