ସୁନ୍ଦରଗଡ଼ ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ହେତୁ ଏହା ଜିଲ୍ଲା ପ୍ରଶାସନର ଚିନ୍ତା ବଢାଇଛି। ବିଶେଷ କରି ଜିଲ୍ଲାର ରାଉରକେଲା ମହାନଗରୀରେ ଏହା ଆଶାତୀତ ଭାବେ ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି। ଏଥିଲାଗି ରାଉରକେଲା ମହାନଗରୀକୁ ସପ୍ତାହାନ୍ତ ସଟଡାଉନ ଘୋଷଣା କରାଯାଇଛି। ଆସନ୍ତା ଜୁଲାଇ ୩୧ ପର୍ଯ୍ୟନ୍ତ ସପ୍ତାହର ପ୍ରତି ଶନିବାର ଓ ରବିବାର ଦୁଇ ଦିନ ରାଉରକେଲା ମହାନଗର, ଇସ୍ପାତ ସହରାଞ୍ଚଳ ଓ କଲୁଙ୍ଗା ଶିଳ୍ପାଞ୍ଚଳ ସଟଡାଉନ ରହିବ ବୋଲି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଘୋଷଣା କରିଛନ୍ତି l ତେବେ ଏହି ସମୟରେ ଔଷଧ ଦୋକାନ ଖୋଲା ରହିବ। ତେଜରାତି, କ୍ଷୀର ଦେକାନ ଆଦି ସକାଳ ୫ଟାରୁ ରାତି ସାଢେ ୮ଟା ଯାଏଁ ଖୋଲା ରହିବ ବୋଲି ଜଣାଯାଇଛି।
ସପ୍ତାହରେ ଦୁଇ ଦିନ ରାଉରକେଲା ମହାନଗର ସଟଡାଉନ୍
- Post published:July 10, 2020
- Post category:ଓଡିଶା
- Reading time:1 mins read