You are currently viewing ୨୦୧୬ ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା

୨୦୧୬ ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା

୨୦୧୫ ଓ ୨୦୧୬ ପାଇଁ ଓଡିଆ ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି । ୨୦୧୫ରେ ଉପନ୍ୟାସ ପାଇଁ ପୁରସ୍କାର ପାଇବେ ନିତ୍ୟାନନ୍ଦ ପଣ୍ଡା । ସେହିପରି କ୍ଷୁଦ୍ର ଗଳ୍ପ ପାଇଁ ପବିତ୍ର ପାଣିଗ୍ରାହୀ, କାବ୍ୟ କବି ପାଇଁ ବୀଣାପାଣିଙ୍କୁ ଦିଆଯିବ ପୁରସ୍କାର ।

ଅନ୍ୟପଟେ ନାଟକ ଓ ଏକାଙ୍କିକା ପାଇଁ ଯୁଗ୍ମ ଭାବେ ସଞ୍ଜୟ ହାତି ଓ ନବୀନ ପରିଡାଙ୍କୁ ପୁରସ୍କାର ଦିଆଯିବ । ପ୍ରବନ୍ଧ ଓ ସମାଲୋଚନା ପାଇଁ ପଞ୍ଚାନନ ମିଶ୍ରଙ୍କୁ ପୁରସ୍କାର ଦିଆଯିବ । ଅନୁବାଦ ପାଇଁ ବିଜୟ କୁମାର ମହାନ୍ତିଙ୍କୁ ପୁରସ୍କାର ଦିଆଯିବ । ଶିଶୁ ସାହିତ୍ୟ ପାଇଁ ରବୀନ୍ଦ୍ର ବିଶ୍ୱାଳଙ୍କୁ ପୁରସ୍କାର ଦିଆଯିବ । ଗୀତି କବିତା ପାଇଁ ମନୋଜ ମହାନ୍ତିଙ୍କୁ ପୁରସ୍କାର ଦିଆଯିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।