You are currently viewing NEET ଓ JEE ପରୀକ୍ଷା ଘୁଞ୍ଚାଇବାକୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ

NEET ଓ JEE ପରୀକ୍ଷା ଘୁଞ୍ଚାଇବାକୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ରାଜ୍ୟରେ କରୋନା ସ୍ଥିତି ଅସମ୍ଭାଳ। ସବୁଦିନ ଅନେକ ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବାରେ ଲାଗିଛି । ଏଥିରେ ଛାତ୍ରଛାତ୍ରୀମାନେ ବିଶେଷ ପ୍ରଭାବିତ ହେଉଛନ୍ତି । ଏଥିପାଇଁ NEET ଓ JEE ପରୀକ୍ଷା ଘୁଞ୍ଚାଇବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲଙ୍କୁ ଏହି ସମ୍ପର୍କିତ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ସଂକ୍ରମଣ ପାଇଁ NEET ଓ JEE ପରୀକ୍ଷା ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି । ବିଭିନ୍ନ ଜିଲ୍ଲାରେ ସଟ୍‌ଡାଉନ୍‌ ଓ ଲକ୍‌ଡାଉନ୍‌ ଥିବାରୁ ଅସୁବିଧା ହେବ । ଓଡ଼ିଶାରେ ୩୦ ଜିଲ୍ଲାରେ ସେଣ୍ଟର କରିବାକୁ କହିବା ସହ ଏନେଇ NTAକୁ ନିର୍ଦେଶ ଦେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଅନ୍ୟମାନଙ୍କୁ ଜଣାନ୍ତୁ।